ଲକ୍ଷ୍ନୌ,୬।୯: ଉତ୍ତରପ୍ରଦେଶର ଗୋଲା ବିଧାନସଭାର ପାଞ୍ଚ ଥରର ବିଧାୟକ ଅରବିନ୍ଦ ଗିରିଙ୍କ ହୃଦଘାତରେ ମଙ୍ଗଳବାର ସକାଳୁ ପରଲୋକ ଘଟିଛି। ଅରବିନ୍ଦ ବର୍ତ୍ତମାନ ଭାଜପାର ବିଧାୟକ ଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।
ସୂଚନାଯୋଗ୍ୟ, ଅରବିନ୍ଦ ଗିରି ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ମଙ୍ଗଳବାର ସକାଳେ ସେ ଏକ ମିଟିଂରେ ଯୋଗ ଦେବା ପାଇଁ ଲକ୍ଷ୍ନୌ ଯାଉଥିଲେ। କାର୍ରେ ଯାଉଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।