ଭୋପାଳ,୨୨।୧: ମଧ୍ୟପ୍ରଦେଶ ଖଣ୍ଡଓ୍ବା ମାନ୍ଧାତା ବିଧାନସଭା ଆସନର ଭାଜପା ବିଧାୟକ ନାରାୟଣ ସିଂ ପଟେଲ ସଡ଼କ ଦୁର୍ଘଟଣାକୁ ନେଇ ଏକ ଅଜବ ଯୁକ୍ତି ବାଢିଛନ୍ତି। ଭଲ ରାସ୍ତା ଯୋଗୁ ସଡ଼କ ଦୁର୍ଘଟଣା ଘଟୁଛି। ଭଲ ରାସ୍ତା ଯୋଗୁ ଯାନବାହାନ ଅଧିକ ବେଗରେ ଗତି କରେ। ଦ୍ରୁତ ଗତିରେ ଯାଉଥିବା ଗାଡି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣା ଘଟାଇଥାଏ। ମୁଁ ନିଜେ ଏହା ଅନୁଭବ କରିଛି ବୋଲି ସେ ଦାବି କରିଛନ୍ତି। ଆଜିକାଲି ମଧ୍ୟପ୍ରଦେଶର ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଜାନୁଆରୀ ୧ରୁ କେବଳ ଖଣ୍ଡୱାଠାରେ ଚାରିଟି ବଡ ବସ ଦୁର୍ଘଟଣା ଘଟିଛି। ଏହା ସତ୍ତ୍ୱେ ଭାଜପା ବିଧାୟକ ଏଭଳି ଯୁକ୍ତି ବାଢିବା ନିନ୍ଦନୀୟ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଗତ ସପ୍ତାହେ ହେବ ଖଣ୍ଡୱାଠାରେ ଦୁର୍ଘଟଣା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଗଣମାଧ୍ୟମ ବିଧାୟକଙ୍କୁ ଏ ବିଷୟରେ ପଚାରିଥିଲେ। ଏହାର ଜବାବରେ ସେ କହିଥିଲେ, ବିଶେଷ କରି ମୋ ନିର୍ବାଚନମଣ୍ଡଳୀରେ ଆଜିକାଲି ରାସ୍ତା ଭଲ। ସେଥିପାଇଁ ଅନେକ ଦୁର୍ଘଟଣା ଘଟୁଛି।