ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ଭାଜପା ବିଧାୟକ

ଭୁବନେଶ୍ୱର,୭ା୨: ବୁଧବାର ଚାଲିଥିବା ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଛି। ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି ଦେଇଛନ୍ତି। ପରେ ଗୃହକୁ ଏକ ଘଣ୍ଟା ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି।

ଆଜି ଅଧିବେଶନ ଆରମ୍ଭ ହେବା ମାତ୍ରେ ଉଷୁନା ଚାଉଳ ପ୍ରସଙ୍ଗରେ ଭାଜପା ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ କରିଥିଲେ । ସେହିଭଳି ପରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ନିଜ ଆସନରେ ଛିଡା ହୋଇ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ। ଫଳରେ ପ୍ରଶ୍ନକାଳ ଚାଲିପାରି ନ ଥିଲା ।

Share