Categories: ଜାତୀୟ

ଭାଜପା ବିଧାୟକଙ୍କୁ ଗୋଡ଼େଇ ଗୋଡ଼େଇ ଗାଁରୁ ତଡ଼ିଲେ ଗ୍ରାମବାସୀ

ଲକ୍ଷ୍ନୌ,୨୧।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରୁଥିବା ଜଣେ ଭାଜପା ବିଧାୟକଙ୍କୁ ଗାଁ ଲୋକେ ଗୋଡ଼େଇ ଗୋଡ଼େଇ ତଡ଼ି ଦେଇଛନ୍ତି। ମୁଜାଫରନଗରରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଖାଟୌଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବା ବିକ୍ରମ ସିଂ ସାଇନୀ ବୁଧବାର ଗାଁରେ ଆୟୋଜିତ ବୈଠକରେ ଯୋଗଦେବା ପାଇଁ ଆସିଥିବା ବେଳେ ତାଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଭିଡିଓରେ ଗ୍ରାମବାସୀଙ୍କ ଏକ ଗ୍ରୁପ ସାଇନୀଙ୍କ କାରକୁ ପିଛା କରିବା ସହ ଚିତ୍କାର କରୁଥିଲେ। ଗାଁ ଲୋକେ ବିଧାୟକଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି। ବିକ୍ରମ ସାଇନୀ ବିବାଦୀୟ ବୟାନ ଦେବା ପାଇଁ ଜଣାଶୁଣା। ୨୦୧୯ରେ ଭାରତରେ ଅସୁରକ୍ଷିତ ମନେ କରୁଥିବା ଲୋକଙ୍କ ଉପରେ ବୋମା ପକାଇବା ଧମକ ଦେଉଥିଲେ।

Share