Categories: ଜାତୀୟ

ଟିଏମ୍‌ସିରେ ଯୋଗଦେଲେ ଭାଜପା ବିଧାୟକ

କୋଲକାତା, ୫।୯: ପଶ୍ଚିମବଙ୍ଗର ୩ ଆସନରେ ଉପନିର୍ବାଚନ ପୂର୍ବରୁ କାଳିଆଗଞ୍ଜର ଭାଜପା ବିଧାୟକ ସୌମେନ ରାୟ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଛନ୍ତି। ପରିସ୍ଥିତିକୁ ନେଇ ତାଙ୍କୁ ଭାଜପା ଟିକେଟରେ ନିର୍ବାଚନ ଲଢ଼ିବାକୁ ପଡ଼ିଥିଲା। ହେଲେ ତାଙ୍କ ଆତ୍ମା ଓ ହୃଦୟ ଟିଏମ୍‌ସିରେ ରହିଛି ବୋଲି ସୌମେନ କହିଛନ୍ତି। ଚଳିତ ସପ୍ତାହରେ ଭାଜପା ବିଧାୟକ ବିଶ୍ୱଜିତ ଦାସ, ଭାଜପା କାଉନସିଲର ମନତୋଷ ନାଥ ଟିଏମ୍‌ସିରେ ଯୋଗଦେଇଥିଲେ। ଜୁନ୍‌ରେ ମୁକୁଲ ରାୟ ଭାଜପା ଛାଡ଼ି ଟିଏମ୍‌ସିକୁ ଫେରିଥିଲେ।

Share