Categories: ଜାତୀୟ

ପୁଣି ଭାଜପାକୁ ବଡ଼ ଝଟ୍‌କା

କୋଲକତା,୨୭।୧୦: ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍‌କା ଲାଗିଛି। ବୁଧବାର ଅନ୍ୟ ଜଣେ ଭାଜପା ବିଧାୟକ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଚଳିତ ମାସ ଆରମ୍ଭରେ ଭାଜପାରୁ ଇସ୍ତଫା ଦେଇଥିବା ବିଧାୟକ କୃଷ୍ଣ କଲ୍ୟାଣୀ ଆଜି ଟିଏମସିରେ ଯୋଗ ଦେଇଛନ୍ତି। ସେ ମମତା ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଥିଲେ।
ରାଇଗଞ୍ଜ ଭାଜପା ବିଧାୟକ କୃଷ୍ଣ କଲ୍ୟାଣୀ ଅକ୍ଟୋବର ୧ରେ ଦଳରୁ ଇସ୍ତଫା ଦେଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ କୃଷ୍ଣ କଲ୍ୟାଣୀଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ରାଇଗଞ୍ଜରେ ଭାଜପେ ଏମ୍‌ପି ଦେବଶ୍ରୀ ଚୌଧୁରୀଙ୍କ ବିରୋଧରେ ତାଙ୍କ ବକ୍ତବ୍ୟ ପରେ ଏହି ନୋଟିସ ତାଙ୍କୁ ପଠାଯାଇଛି। କିନ୍ତୁ ପରଦିନ କୃଷ୍ଣ କଲ୍ୟାଣୀ ନିଜେ ଇସ୍ତଫା ଦେଇଥିଲେ। ଏହି ସମୟରେ ସେ କହିଥିଲେ, ଯେଉଁ ଦଳରେ ଦେବଶ୍ରୀ ଚୌଧୁରୀ ଏମ୍‌ପି ଅଛନ୍ତି, ମୁଁ ସେଠାରେ ରହିପାରିବି ନାହିଁ।

Share