Categories: ଜାତୀୟ

ହେମା-କ୍ୟାଟ୍ରିନାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ବିଧାୟକ…

ଭୋପାଳ,୩।୮ : ମଧ୍ୟପ୍ରଦେଶର ଦାମୋହ ଜିଲାର ଜାବେରାର ଭାଜପା ବିଧାୟକ ଧର୍ମେନ୍ଦ୍ର ସିଂ ଲୋଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜ ଦଳର ବରିଷ୍ଠ ଏମପି ହେମା ମାଲିନୀଙ୍କ ଗାଲ ସହିତ ରାସ୍ତାର ତୁଳନା କରୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ସେ କ୍ୟାଟ୍ରିନା କୈଫଙ୍କୁ ‘ପୁରୁଣା ମଡେଲ’ ବୋଲି ମଧ୍ୟ କହିଛନ୍ତି। ବର୍ତ୍ତମାନ ଏହି ବିବୃତ୍ତି ନେଇ କଂଗ୍ରେସ ଦଳ ପକ୍ଷରୁ ଧର୍ମେନ୍ଦ୍ର ସିଂଙ୍କ ଇସ୍ତଫା ଦାବି କରାଯାଇଛି। କଂଗ୍ରେସ ନେତାମାନେ ଏହି ବିବାଦୀୟ ବିବୃତ୍ତି ଲୋକପ୍ରିୟ ଅଭିନେତ୍ରୀ ତଥା ଏମପିଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

ଭାଇରାଲ ଭିଡିଓରେ ବିଧାୟକ ଧର୍ମେନ୍ଦ୍ର ସିଂ କହୁଥିବାର ଦେଖିବାକୁ ମିଳୁଛି ଲାଲୁ ଥରେ ତୁମ ଅଞ୍ଚଳରେ ରାସ୍ତା କିପରି ଅଛି ବୋଲି ପଚାରିଥିଲେ, ସେତେବେଳେ ଲୋକମାନେ କହିଥିଲେ ରାସ୍ତା ଖାଲ ଖମାରେ ଭର୍ତ୍ତି। ଯଦି ତୁମେ ଆଗକୁ ମତେ ସିଏମ କର, ଆମେ ହେମା ମାଲିନିଙ୍କ ଗାଲ ପରି ରାସ୍ତାକୁ ସୁଗମ କରିବୁ। ହେମା ମାଲିନିଙ୍କ ସମୟ ଏବେ ବିତି ଯାଇଛି ।

ତା’ପରେ ବିଧାୟକ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ପଚାରିଥିଲେ କେଉଁ ଅଭିନେତ୍ରୀ ବର୍ତ୍ତମାନ ଭଲ କାମ କରୁଛନ୍ତି, ତା’ପରେ କେହି ଜଣେ କ୍ୟାଟ୍ରିନା କୈଫଙ୍କ ନାମ ନେଇଥିଲେ। ଏହା ଉପରେ ବିଧାୟକ ଧର୍ମେନ୍ଦ୍ର ସିଂ କହିଥିଲେ କ୍ୟାଟ୍ରିନା ଏବେ ଓଲଡ ମଡେଲ ହୋଇଯାଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ଏବେ ସେ ଅସୁବିଧାରେ ପଡ଼ିଛନ୍ତି।

Share