କିଏ ହେବେ ବାଚସ୍ପତି ? ଆରମ୍ଭ ହେଲା ବୈଠକ

ଭୁବନେଶ଼୍ବର, ୧୯।୬: ବିଧାନସଭାରେ ଆରମ୍ଭ ହୋଇଛି ଶାସକ ଦଳ ଭାଜପାର ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ନବନିର୍ବାଚିତ ବିଧାୟକମାନେ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ କିଏ ହେବେ ବିଧାନସଭାର ବଚସ୍ପତି ସେ ନେଇ ଆଲୋଚନା ହେବ । ବିଧାୟକମନଙ୍କର ନିଷ୍ପତ୍ତି ଅନୁସାରେ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିବେ ପ୍ରାର୍ଥୀ । ଆସନ୍ତାକାଲି ବାଚସ୍ପତି ଶପଥ ନେବେ ।

ସୂଚନା ଥାଉକି, ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ବିଧାନସଭା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାର ପ୍ରଥମ ଦିନରେ ୧୦୧ ଜଣ ବିଧାୟକ ଶପଥ ପାଠ କରିଥିବା ବେଳେ ଆଜି ଆଉ ୪୫ ଜଣ ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ ।

Share