ପୁଣେ,୬।୧: ମହାରାଷ୍ଟ୍ରର ପୁଣେରେ ଭାଜପା ବିଧାୟକ ସୁନୀଲ କାମ୍ବଲେ ଜଣେ ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସସୁନ ଡାକ୍ତରଖାନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପଓ୍ବାର ମଞ୍ଚରେ ଉପସ୍ଥିତ ଥିଲେ। ତାଙ୍କ ଉପସ୍ଥିତିରେ ବିଧାୟକ ଏଭଳି ଭାବେ ଚାପୁଡ଼ା ମାରିବା ଘଟଣାର ଭିଡିଓ ଭାଇରାଲ ହେଉଛି।
ଡ୍ୟୁଟି ସମୟରେ ପୋଲିସକର୍ମୀଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଭାଜପା ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୁଣେ ପୋଲିସର ବଡଗାର୍ଡେନ ପୋଲିସ ଷ୍ଟେଶନରେ ଆଇପିସିର ଧାରା ୩୫୩ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଦେଖାଯାଇଛି।
ଦେଖନ୍ତୁ ଭିଡିଓ:
#WATCH | Maharashtra | BJP MLA Sunil Kamble was seen slapping a Police personnel during an event at Sassoon Hospital in Pune today. Deputy CM Ajit Pawar was present on the stage at the event when the incident occurred.
Visuals show Sunil Kamble leaving the stage after the… pic.twitter.com/gSXTRmINMr
— ANI (@ANI) January 5, 2024