Categories: ଜାତୀୟ

ଭାଜପା ବିଧାୟକ ପୁଅଙ୍କ ଘରୁ ମିଳିଲା ନଗଦ ୬କୋଟି: ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ନୀତି ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ,୩।୩: କର୍ନାଟକରେ ଭାଜପା ବିଧାୟକ ମାଦାଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ କୁମାର ଜଣେ ଠିକାଦାରଙ୍କଠାରୁ ୪୦ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ଏହି ଘଟଣାର ଗୋଟିଏ ଦିନ ପରେ ଲୋକାଯୁକ୍ତ ପୋଲିସ ବିଧାୟକଙ୍କ ପୁଅଙ୍କ ଘରୁ ନଗଦ ୬କୋଟି ଟଙ୍କା ଜବତ କରିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏହାର ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ଦଳକୁ ବିଚାର ନ କରି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଅଭିଯୁକ୍ତ ବିଧାୟକ ଏହାକୁ ନିଜ ପରିବାର ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

Share