Categories: ଜାତୀୟ

ଆତ୍ମହତ୍ୟା କଲେ ଭାଜପା ବିଧାୟକଙ୍କ ପୁଅ

ଧାନବାଦ,୧୩।୨: ଝାଡ଼ଖଣ୍ଡର ଧାନବାଦରେ ଭାଜପା ବିଧାୟକ ଇନ୍ଦ୍ରଜିତ ମହତୋଙ୍କ ପୁଅ ବିବେକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସମ୍ପର୍କରେ ବିବେକଙ୍କ ପରିବାର ଲୋକ ଓ ନିକଟତର ବନ୍ଧୁଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି। ବର୍ତ୍ତମାନ ଯାଏ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଧାନବାଦର ସିନ୍ଦରୀ ବିଧାନସଭା ଆସନରୁ ଭାଜପା ବିଧାୟକ ଇନ୍ଦ୍ରଜିତ ମହତୋ ଗତ ୨ବର୍ଷରୁ ଅସୁସ୍ଥ ଅଛନ୍ତି। ରବିବାର ବିଳମ୍ବିତ ରାତିରେ ଇନ୍ଦ୍ରଜିତଙ୍କ ବଡ଼ ପୁଅ ବିବେକ ସାଙ୍ଗମାନଙ୍କ ସହ ସାକ୍ଷାତକାର କରିବାକୁ ଘରୁ ବାହାରକୁ ଯାଇଥିଲେ ବୋଲି ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ପରେ ଜଣାପଡ଼ିଲା ଯେ, ସେ କିଛି ଔଷଧ ଖାଇଦେଇଛନ୍ତି। ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ରାଞ୍ଚିର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।

Share