Categories: ଜାତୀୟ

ଭାଜପା ନେତାଙ୍କ ବିବାଦୀୟ ବୟାନ: ତାଜ ମହଲ ହେବ ରାମ ମହଲ

ଲକ୍ଷ୍ନୌ,୧୪ ।୩: ଉତ୍ତର ପ୍ରଦେଶ ବଲିୟା ଜିଲା ବୌରିୟାର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ମଝିରେ ମଝିରେ କିଛି ନା କିଛି ବିବାଦୀୟ ବୟାନ ଦେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ସେ କହିଛନ୍ତି ବହୁ ପୂର୍ବରୁ ତାଜମହଲ ଶିବ ମନ୍ଦିର ଥିଲା ଆଉ ଏବେ ଅର୍ଥାତ୍ ବହୁତ ଶୀଘ୍ର ଏହା ରାମ ମହଲ ହୋଇଯିବ । ଗଣମାଧ୍ୟମକୁ ସେ କହିଛନ୍ତି ପୃଥିବୀକୁ ଶିବାଜୀଙ୍କ ବଂଶଧର ଆସିଗଲେଣି । ସେ ଆହୁରି ମଧ୍ୟ କହିଛନ୍ତି ଯେମିତି ଗୁରୁୁ ରାମଦାସ ଭାରତକୁ ଶିବାଜୀଙ୍କୁ ଦେଇଥିଲେ ଠିକ୍ ସେମିତି ଗୋରଖନାଥ ଶିବାଜୀଙ୍କ ରୂପରେ ଉତ୍ତର ପ୍ରଦେଶକୁ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି । ଏହାପରେ ସେ କହିଥିଲେ ତାହାମହଲ ପୂର୍ବରୁ ଶିବ ମନ୍ଦିର ଥିଲା ଆଉ ଶୀଘ୍ର ଆମ ସରକାର ଏହାକୁ ରାମ ମହଲ କରିବାକୁ ଯାଉଛନ୍ତି ।

Share