ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଜମି ପରିଦର୍ଶନ କଲେ ଭାଜପା ପ୍ରତିନିଧି

ରାଇବଣିଆ, ୧୧।୪: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଞ୍ଚଳରେ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜମିକୁ ଜଳେଶ୍ୱର ଭାଜପାର ଏକ ପ୍ରତିନିଧି ଦଳ ସୋମବାର ବୁଲି ଦେଖିବା ସହ ଚାଷୀଙ୍କୁ ଭେଟି ଆଲୋଚନା କରିଛନ୍ତି।
ଗତ ୭ ତାରିଖରେ ଜଳେଶ୍ୱର ବ୍ଲକ ଶ୍ୟାମନଗର ପଞ୍ଚାୟତ ଓ ଖୁଆଡ଼ ପଞ୍ଚାୟତରେ ଝାଡ଼ଖଣ୍ଡର ୨୫ଟିକିଆ ହାତୀପଲ ୧୦୦ରୁ ଊଦ୍ଧର୍‌ବ ଏକର ପାଚିଲା ଧାନ ଜମି ଦଳି ନଷ୍ଟ କରିଥିଲେ। ଜଳେଶ୍ୱର ଭାଜପାର ପ୍ରତିନିଧି ଦଳ ଖୁଆଡ଼ ଏବଂ ଶ୍ୟାମନଗର ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷ ଜମି ବୁଲିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ। ତହସିଲଦାର, ଆର୍‌ଆଇ, ରେଞ୍ଜର, ଏଓ ସହିତ ଚାଷୀମାନେ କିପରି ଶୀଘ୍ର କ୍ଷତିପୂରଣ ପାଇପାରିବେ ସେନେଇ ଫୋନ୍‌ରେ ଆଲୋଚନା କରିଥିଲେ। ଜଳେଶ୍ୱର ଭାଜପାର ନଗର ଏମ୍‌ପିଙ୍କ ପ୍ରତିନିଧି ଫାଲଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସମୀର ପାତ୍ର, ସଂଗ୍ରାମ ଜେନା, ଦୂଲା ମୁର୍ମୁ ପ୍ରମୁଖ ଆସି ଚାଷୀ ଦୁର୍ଗା ଶଙ୍କର ମାରାଣ୍ଡି, ମେଘନାଥ ମହାନ୍ତ, ହରିଶ ଚନ୍ଦ୍ର ସାସମଲ୍‌, ଦୁଲା ମୁର୍ମୁ ଓ ଆଲୋକ ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ।