ଭାଜପା ବିଧାୟକଙ୍କ ବଡ଼ ବୟାନ, କହିଲେ ବିଜେଡିକୁ ଆଉ…

ଭୁବନେଶ୍ୱର,୩ା୧୦: ବିଜେଡିକୁ ନେଇ ଭାଜପା ବିଧାୟକ ସନାତନ ବିଜୁଳ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ। ବିଜେଡିକୁ ଆଉ ଭାଙ୍ଗିବାକୁ ପଡ଼ିବନି, ଆପେ ଆପେ ଏହି ଦଳ ଭାଙ୍ଗିଯିବ। ଦେଶରେ ଭାଜପା ଏକମାତ୍ର ବିକଳ୍ପ, ସମସ୍ତେ ମିଶିବାକୁ ଇଚ୍ଛା କରିବେ ବୋଲି ବିଜୁଳି କହିଛନ୍ତି।

ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ  ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଥିବାବେଳେ ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ ଜାରି ରହିବ ବୋଲି କହିଥିଲେ।

ସେ କହିଥିଲେ, ‘ବିଜେଡିର ଅନେକ ନେତା ଭାଜପାରେ ମିଶିବା ଲାଗି ଆବେଦନ କରିଛନ୍ତି। ଏପରି ଜାରି ରହିଲେ ତାଙ୍କ ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ଆସି ଭାଜପାରେ ମିଶିଲେ, ୨ ରାଜ୍ୟ ସଭା ଏମ୍‌ପି ମଧ୍ୟ ଭାଜପାରେ ମିଶିଲେଣି। ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ଭାଜପାରେ ମିଶିବାକୁ ନିବେଦନ କରୁଛନ୍ତି। ତେବେ ଯଦି ଏପରି ଧାରା ଲାଗି ରହେ ବିଜେଡି ଶେଷ ହୋଇଯିବ”।

ମନମୋହନ ବିଜେଡିକୁ  ଟାର୍ଗେଟ୍‌ କରିଥିବାବେଳେ ବଦ୍ରି ଆଜି ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବଦ୍ରି କହିଛନ୍ତି, ଯଦି ତାକତ ଅଛି ବିଜେଡି ଖାଲି କରିକି ଦେଖାଅ। ଖାଲି ବୟାନବାଜିରେ ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବ କି? ବିଜେଡି ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ବଦ୍ରି ମନମୋହନଙ୍କୁ ପ୍ରଶ୍ନ କରିଛନ୍ତି।

ଉଭୟ ଦଳର ନେତାଙ୍କ ଆକ୍ଷେପ ପ୍ରତିଆକ୍ଷେପ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା…

ଭୁବନେଶ୍ୱର,୩ା୧୦: ବୁଧବାର  ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ...

ଯାଜପୁର ଦେଖିବ ଉପନିର୍ବାଚନ? ଗଣେଶ୍ୱର ବେହେରାଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୩।୧୦: ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ...

ଆସିଲା ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ): ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ଟିସିଏ...

ଏମିତି କେବେ କହି ନ ଥିଲେ ମୁନା ଖାନ୍‌, ବିଜେଡି ଆଗକୁ…

ଭୁବନେଶ୍ୱର,୩।୧୦: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ଟାର୍ଗେଟ କରିଥିଲେ। ଯାହାକୁ ଆଜି କାୁଣ୍ଟ କରିଛନ୍ତି ବିଜେଡି ବିଧାୟକ ବଦ୍ରି ପାତ୍ର ଓ ରାଜ୍ୟ...

ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଓଡ଼ିଶାରେ ପୁଞ୍ଜି ବିନିଯୋଗ ନେଇ…

ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri