Categories: ଜାତୀୟ

ନିଲମ୍ବିତ ହେଲେ ଭାଜପାର ୩ ବିଧାୟକ

ହାଇଦ୍ରାବାଦ,୭।୩: ତେଲେଙ୍ଗାନା ବାଚସ୍ପତି ପୋଖରାମ ଶ୍ରୀନିବାସ ରେଡ୍ଡୀ ସୋମବାର ଭାଜପାର ୩ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଟି.ରାଜା ସିଂହ, ଏମ୍‌. ରଘୁନନ୍ଦନ ରାଓ ଏବଂ ଇତେଲା ରାଜେନ୍ଦର। ବଜେଟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ ଆଦେଶ ବଳବତ୍ତର ରହିବ।

ବଜେଟ ଅଧିବେଶନ ପ୍ରାରମ୍ଭରେ ପାରମ୍ପାରିକ ରାଜ୍ୟପାଳଙ୍କ ଭାଷଣକୁ ଏଡ଼ାଇବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ୩ ଜଣ ଭାଜପା ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ।

ଏନେଇ ଶାସକ ଦଳ ପକ୍ଷରୁ ୩ ବିଧାୟକଙ୍କୁ ନିଲମ୍ବନ କରିବା ନେଇ ଗୃହରେ ଏକ ପ୍ରସ୍ତାବ ଆଗତ କରିଥିଲେ। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ନେଇ ବାଚସ୍ପତି ଭାଜପାର ୩ ବିଧାୟକଙ୍କୁ ବଜେଟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି।

ଅନ୍ୟପକ୍ଷେ ନିଲମ୍ବିତ ୩ ବିଧାୟକ ବେକରେ କଳା ସ୍କାର୍ଫ ବାନ୍ଧି ତେଲେଙ୍ଗାନା ବିଧାନସଭାର ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ।

Share