Categories: ଜାତୀୟ

ନିର୍ବାଚନ ପୂର୍ବରୁ ପଦ୍ମ ଛାଡି ହାତ ଧରିବେ ବାବୁରାଓ

ବେଙ୍ଗାଲୁରୁ,୨୧।୩: କର୍ନାଟକ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା)ବିଧାନ ପରିଷଦ ସଦସ୍ୟ ବାବୁରାଓ ଚିଞ୍ଚନସୁର ଭାଜପା ଛାଡି କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ମାର୍ଚ୍ଚ ୨୫ରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ ବୋଲି ସୂଚନା ମିଳିଛି। ମାସକରେ ଭାଜପାରୁ ଇସ୍ତଫା ଦେଇଥିବା ଦ୍ୱିତୀୟ ନେତା ହେଉଛନ୍ତି ଚିଞ୍ଚନସୁର।

 

 

Share