Posted inଜାତୀୟ

‘ଯୌନ ଶୋଷଣ କରିଛନ୍ତି ଭାଜପା ଏମ୍‌ପି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ସର୍ବଭାରତୀୟ କୁସ୍ତି ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ନାମରେ ଯୌନ ଶୋଷଣ ଓ ହତ୍ୟା ଧମକ ପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଭିନେଶ ଫୋଗତ। ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ତଥା ଅଲିମ୍ପିଆନ୍‌ ଭିନେଶ ବୁଧବାର କାନ୍ଦି କାନ୍ଦି ଏଭଳି ଅଭିଯୋଗ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବ୍ରଜଭୂଷଣ ଦୀର୍ଘ ବର୍ଷ ଧରି ମହିଳା ରେସଲରମାନଙ୍କ ପ୍ରତି ଯୌନ ଶୋଷଣ କରୁଛନ୍ତି। ଏପରି କି ଲକ୍ଷ୍ନୌରେ ଥିବା କ୍ୟାମ୍ପରେ ଅନ୍ୟ କୋଚ୍‌ମାନେ ମଧ୍ୟ ମହିଳାଙ୍କୁ ଶୋଷଣ କରିଛନ୍ତି। ତାଙ୍କ ସହିତ ଏଭଳି ଘୃଣ୍ୟ ଘଟଣା ଘଟି ନ ଥିଲେ ମଧ୍ୟ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ତାଙ୍କୁ ହତ୍ୟା ଧମକ ଦେଇଥିବା ଭିନେଶ କହିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରରେ ବୁଧବାର ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଭିନେଶ କାନ୍ଦି କାନ୍ଦି ଏଭଳି ବୟାନ ଦେଇଛନ୍ତି।

ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷଙ୍କ ଏକଚ୍ଛତ୍ରବାଦ ବିରୋଧରେ ପ୍ରତିବାଦ କରିବା ପାଇଁ ଦେଶର ସମସ୍ତ ରେସଲର ଯନ୍ତରମନ୍ତରଠାରେ ଏକତ୍ରିତ ହୋଇଛନ୍ତି। ମୁଁ ଜାଣିଥିବା ଅନୂ୍ୟନ ୧୦-୧୨ ଜଣ ମହିଳା ରେସଲରଙ୍କ ସହିତ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଯୌନ ଶୋଷଣ କରିଥିବା ସେ କହିଛନ୍ତି। ଉକ୍ତ ମହିଳାମାନଙ୍କ ନାମ ମୁଁ କେବଳ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଆଗରେ ପ୍ରକାଶ କରିବି ବୋଲି କହିଛନ୍ତି ଭିନେଶ। ଏହି ଧାରଣାରେ ଭିନେଶଙ୍କ ସହିତ ରହିଥିଲେ ଟୋକିଓ ୨୦୨୦ ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆ। ଯେ ପର୍ଯ୍ୟନ୍ତ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷଙ୍କୁ ହଟାଯାଇ ନାହିଁ ଆମେ କୌଣସି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବୁ ନାହିଁ ବୋଲି ପୁନିଆ କହିଛନ୍ତି। ଏହି ପ୍ରତିବାଦରେ ରିଓ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ, ସରିତା ମୋର, ସଙ୍ଗୀତା ଫୋଗତ, ସତ୍ୟବ୍ରତ ମଲିକ୍‌, ଜିତେନ୍ଦର କିହ୍ନା ଓ ରାଜ୍ୟଗୋଷ୍ଠୀ ପଦକ ବିଜେତା ସୁମିତ୍‌ ମଲିକ୍‌ ପ୍ରମୁଖ ସାମିଲ ଅଛନ୍ତି। ସରକାର କିମ୍ବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ବିରୋଧରେ ଆମର ପ୍ରତିବାଦ ନୁହେଁ ବରଂ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷଙ୍କ ଏକଚ୍ଛତ୍ରବାଦ ବିରୋଧରେ ଆମେ ଏକତ୍ରିତ ହୋଇଛୁ ବୋଲି କହିଛନ୍ତି ପୁନିଆ।

ବଜରଙ୍ଗଙ୍କ କୋଚ୍‌ ସୁଜିତ ମାନ୍‌ ଓ ଫିଜିଓ ଆନନ୍ଦ ଦୁବେ ମଧ୍ୟ ବିକ୍ଷୋଭକାରୀଙ୍କ ସହ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୧୧ରୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ରହିଥିବା ବ୍ରଜଭୂଷଣ ନିଜର ମନମାନି ଚଳାଇଥିବା ନେଇ ଖେଳାଳିମାନେ ଅଭିଯୋଗ କରିଛନ୍ତି । ବ୍ରଜଭୂଷଣ ଖେଳାଳିମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ଭିଡିଓ ମଧ୍ୟ ରହିଛି। ଏପରି କି ୨୦୨୧ରେ ୧୫ ବର୍ଷରୁ କମ୍‌ ବର୍ଗର ଜଣେ ରେସ୍‌ଲରଙ୍କୁ ସେ ଚାପୁଡା ମଧ୍ୟ ମାରିଥିଲେ ବୋଲି ବଜରଙ୍ଗ କହିଛନ୍ତି।

ଉତ୍ତରପ୍ରଦେଶର କେଶରଗଞ୍ଜରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ବ୍ରଜଭୂଷଣ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ ନିଜ ପଦରୁ ଓହରିବେ ନାହିଁ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜଣେ ମହିଳା ମୋ ବିରୋଧରେ ଅଭିଯୋଗ ପ୍ରମାଣିତ କଲେ ମୁଁ ଫାଶୀରେ ଝୁଲିବା ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏହି ସମସ୍ତ ଘଟଣା ପଛରେ ଜଣେ ଶିଳ୍ପପତିଙ୍କ ହାତ ରହିଛି। ସିବିଆଇ କିମ୍ବା ପୋଲିସ ଦ୍ୱାରା ଏହାର ତଦନ୍ତ ହେବା ଉଚିତ। ବୁଧବାର ପ୍ରତିବାଦ କରୁଥିବା ରେସଲରମାନଙ୍କୁ ମୁଁ ଏକ ସପ୍ତାହ ତଳେ ଭେଟିଥିବା ବେଳେ ଏଭଳି କିଛି ଅଭିଯୋଗ ନ ଥିଲା। ଏହା ସହିତ ଯଦି ଭିନେଶଙ୍କୁ ହତ୍ୟା ଧମକ ମିଳିଥିଲା ତେବେ ସେ ମୋତେ କିମ୍ବା ପୋଲିସକୁ କାହଁକି ଜଣାଇ ନ ଥିଲେ ବୋଲି ଓଲଟା ଅଭିଯୋଗ କରିଛନ୍ତି।

ସମସ୍ତ ରେସ୍‌ଲରଙ୍କ ପାଇଁ ଜାତୀୟ ଚାମ୍ପିୟନଶିପ୍‌ ଟ୍ରାଏଲ୍ସ ବାଧ୍ୟତାମୂଳକ କରାଯିବା ପରେ ଏପରି ଅଭିଯୋଗ ଆସିଥିବା ସେ କହିଛନ୍ତି। ଟ୍ରାଏଲ୍ସରେ ସାମିଲ ଖେଳାଳିଙ୍କୁ ହିଁ ଜାତୀୟ କ୍ୟାମ୍ପରେ ସାମିଲ କରାଯିବ ବୋଲି ନିୟମ ହେବା ପରେ ଏହି ସମସ୍ୟା ଦେଖାଦେଇଛି। ମୁଁ ମୁହଁରେ ଜବାବ ଦେଉଥିବା କାରଣରୁ ମୋତେ ବିଶୃଙ୍ଖଳିତ ଆଥ୍‌ଲେଟ ଭାବରେ ଗଣାଯାଏ। ପ୍ରତ୍ୟେକ ଦିନ ମାନସିକ ନିର୍ଯାତନା ସହିବାକୁ ପଡ଼ିଥାଏ ବୋଲି ଭିନେଶ କହିଛନ୍ତି। ଏହା ସହିତ ବଜରଙ୍ଗ କହିଛନ୍ତି, ଆମେ ଆମ କ୍ୟାରିୟରର ଶେଷ ପର୍ଯ୍ୟାୟରେ, ମାତ୍ର ଭବିଷ୍ୟତର ପିଢ଼ି ପାଇଁ ଏହି ଆନ୍ଦୋଳନ ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

‘ପହଲଗାମ ଆତଙ୍କବାଦୀ ଆକ୍ରମଣ ଦେଶକୁ ଦୁଃଖ ଦେଇଛି, କଡା ଜବାବ ଦିଆଯିବ’: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୪: ମନ୍ କି ବାତର ୧୨୧ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଆଜି ମୁଁ ଆପଣଙ୍କ ସହ ମନର କଥା କହୁଛି, ମୋ ହୃଦୟରେ...

NCC କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗ, ୭ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା

ଛତିଶଗଡ଼,୨୭ା୪: ବିଲାସପୁର ଜିଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଛାତ୍ରୀଙ୍କୁ NCC ଶିବିର ସମୟରେ ନମାଜ ପଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗରେ ଶନିବାର ୭...

ଅନ୍ୟ ଦେଶ ଦେଇ ପ୍ରତିବର୍ଷ ପାକିସ୍ତାନ ପହଞ୍ଚୁଛି ୧୦ ବିଲିୟନ ଡଲାର ମୂଲ୍ୟର ଭାରତୀୟ ସାମଗ୍ରୀ: ରିପୋର୍ଟ

ନୂଆଦିଲ୍ଲୀ,୨୭ା୪: ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ବାଣିଜ୍ୟ ସମ୍ପର୍କ ନଥିଲେ ମଧ୍ୟ, ତୃତୀୟ ଦେଶ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର...

୪ ବର୍ଷର ଶିଶୁ କନ୍ୟାଙ୍କୁ  ଚକଲେଟ ଓ ଚିପ୍ସ ଦେଇ  ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର କରି ହତ୍ୟା କରିଥିଲେ ମାମୁ:  ବାନ୍ଧିଲା ପୋଲିସ 

ଦିଗପହଣ୍ଡି, ଛତ୍ରପୁର,୨୭।୪(ଅଶେଷ ନାଥ ମିଶ୍ର/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଲଜ୍ଜ୍ୟାଜନକ ହୃଦୟବିଦାରକ ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା...

Video: ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଘରେ ପଶି ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟ୍; ସାମ୍ନାକୁ ଆସିଲା CCTV ଫୁଟେଜ୍

ଭୁବନେଶ୍ୱର,୨୭ା୪: କିଛି ଦିନର ନୀରବତା ପରେ ରାଜଧାନୀ ଭୁବନେଶ୍ୱରରେ ପୁନର୍ବାର ଏକ ବଡ଼ ଧରଣର ଲୁଟ୍ ଘଟଣା ଘଟିଛି। ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ଘରେ ପଶି...

‘ପାକିସ୍ତାନ ଆଣ୍ଠୁମାଡ଼ି ପଡ଼ିବ’: ପାହାଲଗାମ ଆକ୍ରମଣ ଉପରେ କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ପୁରୀଙ୍କ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୭ା୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ରୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ...

ସ୍ତନ ସ୍ପର୍ଶ ଉଦ୍ୟମ ବଳାତ୍କାର ନୁହେଁ : କୋଲକାତା ହାଇକୋର୍ଟ

କୋଲକାତା,୨୭ା୪: ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍‌ସୋ) ଆଇନ ଅନୁଯାୟୀ, ପୀଡ଼ିତାଙ୍କ ସ୍ତନ ସ୍ପର୍ଶ କରିବା ଉଦ୍ୟମ ବଳାତ୍କାର ନୁହେଁ ବରଂ ଗମ୍ଭୀର ଯୌନ ଉତ୍ପୀଡ଼ନ...

ଜମ୍ମୁ-କାଶ୍ମୀର ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ଛାତ୍ର, ଅବସରପ୍ରାପ୍ତ ଶିକ୍ଷକ, ଓକିଲ ସମେତ ୧୯ ଗିରଫ

ନୂଆଦିଲ୍ଲୀ,୨୭ା୪: ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ମନ୍ତବ୍ୟ ଦେଇ ଉତ୍ତର-ପୂର୍ବାଞ୍ଚଳର ତିନୋଟି ରାଜ୍ୟରେ ଅତି କମରେ ୧୯ ଜଣଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image