କୋଲକାତା,୧୯।୮: ଭାରତୀୟ ଜନତା ପାର୍ଟିର ପୂର୍ବତନ ଏମ୍ପି ସୁବ୍ରମଣ୍ୟମ ସ୍ବାମୀ କୋଲକାତା ରାଜ୍ୟ ସଚିବାଳୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା। ସ୍ବାମୀ ନିଜେ ଟୁଇଟ୍ କରି ମମତା ବାନାର୍ଜୀଙ୍କୁ ପ୍ରଶଂସା କରି ଏହି ସୂଚନା ଦେଇଛନ୍ତି।
ଟୁଇଟ୍ କରି କହିଛନ୍ତି, ଆଜି ମୁଁ କୋଲକାତାରେ ଥିଲି ଏବଂ ମମତା ବାନାର୍ଜୀଙ୍କୁ ଭେଟିଥିଲି। ସେ ଜଣେ ସାହସୀ ବ୍ୟକ୍ତିତ୍ୱ। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ବିରୋଧରେ ତାଙ୍କ ସଂଗ୍ରାମକୁ ମୁଁ ପ୍ରଶଂସା କଲି।
ଏହି ସାକ୍ଷାତକୁ ସୌଜନ୍ୟମୂଳକ କଲ ଭାବରେ ଦେଖାଯାଉଛି। ତେବେ ମମତା ବାନାର୍ଜୀଙ୍କୁ ଭେଟିବା ପରେ ତାଙ୍କ ରାଜନୈତିକ ପଦକ୍ଷେପ ନେଇ କଳ୍ପନାଜଳ୍ପନା ଆହୁରି ଜୋର ଧରିଛି। ଏହାପୂର୍ବରୁ ଗତ ବର୍ଷ ନଭେମ୍ବରରେ ମଧ୍ୟ ସୁବ୍ରମଣ୍ୟମ ସ୍ବାମୀ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଥିଲେ।
Today I was in Kolkata and met the charismatic Mamata Banerjee. She is a courageous person. I admired her fight against the CPM in which she decimated the Communist pic.twitter.com/Gejytxpl4o
— Subramanian Swamy (@Swamy39) August 18, 2022