ଭୋପାଳ,୨୪।୯: ମଧ୍ୟପ୍ରଦେଶର ରେୱା ଜିଲାର ଏକ ବାଳିକା ବିଦ୍ୟାଳୟର ଶୌଚାଳୟ ସଫା କରୁଛନ୍ତି ଭାଜପା ଏମ୍ପି ଜନାର୍ଦନ ମିଶ୍ର। ଏହାକୁ ନେଇ ଏମ୍ପି ନିଜେ ଏକ ଭିଡିଓ ଟୁଇଟ୍ରରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି କହିଛନ୍ତି, ଯୁବ ମୋର୍ଚ୍ଚାର ସେବା ପଖଓ୍ବାଡା ଅଭିଯାନର ଏକ ଅଂଶ ଭାବରେ ଭାଜପା ଯୁବ ୱିଙ୍ଗର ସଦସ୍ୟମାନେ ଖଟଖରୀ ବାଳିକା ବିଦ୍ୟାଳୟର ଶୌଚାଳୟ ସଫା କରିଛନ୍ତି। ଏହା ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।