Categories: ଜାତୀୟ

ରାଜନୀତି ଛାଡ଼ିଲେ ଭାଜପାର ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ,୩୧।୭: ଲୋକପ୍ରିୟ ଗାୟକ ତଥା ଭାଜପା ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି। ଫେସବୁକ୍‌ ପୃଷ୍ଠାରେ ଏକ ପୋଷ୍ଟ ଶେୟାର କରି ଏବେ ସମାଜସେବା ଦିଗରେ ସେ ମନୋନିବେଶ କରିବାକୁ ଚାହୁଁଛନ୍ତି। ରାଜନୀତି ବିନା ମଧ୍ୟ ଏହି କାମ ସମ୍ଭବ ବୋଲି ସେ କହିଛନ୍ତି। କିଛିଦିନରୁ ଏନେଇ ଚର୍ଚ୍ଚା ହେଉଥିଲେ ହେଁ ଏତେ ଶୀଘ୍ର ସେ ରାଜନୀତି ଛାଡ଼ି ନ ପାରନ୍ତି ବୋଲି କୁହାଯାଉଥିଲା। ହେଲେ ସବୁଥିରେ ବିରାମ ଲାଗିଛି।

ତେବେ ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକ ସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସୁଯୋଗୁ ପାଇଥିଲେ। ହେଲେ ନିକଟରେ ହୋଇଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଏଥିସହ ସେ ଏମ୍‌ପି ଇସ୍ତଫା ଦେବେ ବୋଲି ମଧ୍ୟ କହିଛନ୍ତି।

Share