ଚଣ୍ଡିଗଡ,୧୮।୫: ପରଲୋକରେ ଭାଜପା ଏମ୍ପି ରତନଲାଲ କାଟାରିଆ । ଦୀର୍ଘ ଦିନର ଅସୁସ୍ଥତା ପରେ ଗୁରୁବାର ପିଜିଆଇ ଚଣ୍ଡିଗଡରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଧବାର ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଡାକ୍ତରଖାନାରେ ଭେଟିଥିଲେ। ଆଜି ତାଙ୍କ ମୃତ୍ୟୁ ପରେ ରାଜ୍ୟରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।
ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଟୁଇଟ କରି ଲେଖିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଅମ୍ବାଲା ଏମ୍ପି ରତନଲାଲ କାଟାରିଆଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ସମାଜର କଲ୍ୟାଣ ତଥା ହରିୟାଣାର ଲୋକଙ୍କ ଅଗ୍ରଗତି ପାଇଁ ସେ ସର୍ବଦା ସଂସଦରେ ସ୍ବର ଉଠାଇଥିଲେ।ତାଙ୍କ ବିୟୋଗ ରାଜନୀତିରେ ଏକ ଅପୂରଣୀୟ କ୍ଷତି। ଏହି କଷ୍ଟ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଶକ୍ତି ଦିଅନ୍ତୁ।