ଆଇପିୟୁ ପ୍ରାର୍ଥୀଭାବେ ମନୋନୀତ ହେଲେ ଅପରାଜିତା

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଢଙ୍ଗୀ ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ(ଆଇପିୟୁ)ରେ ଭାରତର ପ୍ରାର୍ଥୀଭାବେ ମନୋନୀତ ହୋଇଛନ୍ତି। ଏନେଇ ଅପରାଜିତା ମଙ୍ଗଳବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଟୁଇଟ୍‌ କରି ଲେଖିଛନ୍ତି, ୧୭୮ ଦେଶ ଆନ୍ତର୍ଜାତିକ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନରେ କାର୍ଯ୍ୟନିର୍ବାହୀ କମିଟିରେ ମୋତେ ଭାରତର ପ୍ରାର୍ଥୀ ଭାବରେ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଚସ୍ପତି ଓମ ର୍ବିଲାଙ୍କୁ ମୋର କୃତଜ୍ଞତା। ନିର୍ବାଚନରେ ଭାଗ ନେବା ପାଇଁ ଅକ୍ଟୋବର ୯ ତାରିଖରୁ ୯ ଦିନିଆ ଆଫ୍ରିକାର କିଗାଲି, ରଓ଼୍ବାଣ୍ଡା ଗସ୍ତରେ ଯିବେ ଅପରାଜିତା।

Share