ପାକିସ୍ତାନରୁ ଆସିଥିଲା ଗମ୍ଭୀରଙ୍କୁ ହତ୍ୟା ଧମକ ଇ-ମେଲ୍‌

ନୂଆଦିଲ୍ଲୀ,୨୫।୧୧:ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଛି। ଥରେ ନୁହେଁ, ଦୁଇ ଥର ଇମେଲ୍‌ ଯୋଗେ ଏହି ହତ୍ୟା ଧମକ ଦିଆଯାଇଛି। ଯେଉଁ ମେଲ୍‌ରୁ ଗମ୍ଭୀରକୁ ହତ୍ୟା ଧମକ ଆସିଥିଲା, ସେହି ମେଲ୍‌ ପାକିସ୍ତାନରୁ ଆସିଥିଲା ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମେଲର ଆଇପି ଠିକଣା ପାକିସ୍ତାନ ଦେଖାଉଥିବା ଜଣାପଡିଛି।
ଗମ୍ଭୀର ‘ଆଇଏସଆଇଏସ’ ପକ୍ଷରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହା ସହିତ ସେ ହତ୍ୟା ଧମକ ଦିଆଯାଇଥିବା ଏକ ଇ-ମେଲର ସ୍କ୍ରିନ୍‌ଶଟ୍‌ ମଧ୍ୟ ଶେୟାର କରିଥିଲେ। ଏହି ମେଲର ପ୍ରେରକଙ୍କ ନାମ ହେଉଛି ଆଇଏସ କଶ୍ମୀର। ଏହି ବିଷୟରେ ସୂଚନା ପାଇବା ମାତ୍ରେ ଆମେ ଏହି ଘଟଣାର ତଦନ୍ତ ଆରମ୍ଭ କରିଯାଇଥିଲା। ପୋଲିସ ଏନେଇ ଗୁଗଲକୁ ମେଲ୍‌ର ସୂଚନା ମାଗିଥିଲା। ଗୁଗଲ ପକ୍ଷରୁ ପକ୍ଷରୁ କୁହାଯାଇଛି ଯେ, ସମ୍ପୃକ୍ତ ମେଲ୍‌ ପାକିସ୍ତାନରୁ ପଠାଯାଇଛି।

Share