Categories: ଜାତୀୟ

ଅନ୍ୟ କଥାରେ ଆନ୍ଦୋଳନ କରୁଛନ୍ତି କୃଷକ, ଆଇନର ସମସ୍ୟା ବିଷୟରେ ସେମାନଙ୍କୁ ଜଣାନାହିଁ: ହେମା

ନୂଆଦିଲ୍ଲୀ,୧୩ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନ ଓ ସକାରଙ୍କ ମଧ୍ୟରେ ଏବେବି ତୁତୁମେମେ ଲାଗି ରହିଛି । ସୁପ୍ରିମକୋର୍ଟ ମାଧ୍ୟମରେ ଏହାର ସମାଧାନ ହୋଇପାରେ ବୋଲି ଆଶା କରାଯାଉଛି । ହେଲେ ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ ଆନ୍ଦୋଳନରେ ବସିଥିବା କୃଷକଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା କଥା ହେଲା ଆନ୍ଦୋଳନରେ ବସିଥିବା କୃଷକଙ୍କୁ ଆଇନର ସମସ୍ୟା ବିଷୟରେ ଜଣାନାହିଁ । ଆନ୍ଦୋଳନରେ ବସିଥିବା କୃଷକଙ୍କୁ ଜଣାନାହିଁ ସେମାନଙ୍କୁ କ’ଣ ଆବଶ୍ୟକ ଓ ନୂଆ କୃଷି ଆଇନକୁ ସେମାନେ କାହିଁକି ବିରୋଧ କରୁଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଅନ୍ୟମାନଙ୍କ କଥାରେ ସେ ଆନ୍ଦୋଳନରେ ବସିଛନ୍ତି ।

Share