Categories: ଜାତୀୟ

ଭାଜପା ଏମପିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୧୯ ।୭: ଭାରତୀୟ ଜନତା ପାର୍ଟି(ଭାଜପା) ଏମପି କିରୋରି ଲାଲ ମିଣାଙ୍କୁ ଏକ ପତ୍ର ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । ଏ ସମ୍ପର୍କରେ ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ଅଭିଯୋଗ କରିଛନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି ଯେ ରାଜସ୍ଥାନରେ ସେ କହ୍ନେୟାଙ୍କ ପରିବାରକୁ ଭେଟିବାରୁ ତାଙ୍କୁ ଏହି ହତ୍ୟା ଧମକ ମିଳିଥିବା ସେ ଅନୁମାନ କରୁଛନ୍ତି । ଏହି ଅଭିଯୋଗ ପାଇବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, କିରୋରି ଲାଲ ରାଜସ୍ଥାନ ବାସିନ୍ଦା । ସେ ଭାଜପାର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି । ନିକଟରେ ତାଙ୍କ ଘରକୁ ଏକ ଚିଠି ଆସିଥିଲା । ଯେଉଁଥିରେ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା । ସେଥିରେ ଉଲ୍ଲେଖ ଥିଲା କି କହ୍ନେୟା ଲାଲଙ୍କୁ ସହାୟତା କରୁଥିବା ଲୋକଙ୍କର ସମାନ ପରିଣତି ହେବ । ଏହାକୁ ନେଇ ଏବେ ମିଣା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି ।

Share