Advertisement

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଖଣ୍ଡନ ପରେ ଟୁଇଟ୍‌ ଡିଲିଟ କଲେ ମନୋଜ

ନୂଆଦିଲ୍ଲୀ,୯।୮: କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ କରାଯାଇ ନ ଥିବା କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ହେଲେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମନୋଜ ତିଓ୍ବାରୀ ଏକ ଟୁଇଟ୍‌ କରି ଜଣାଇଥିଲେ କି ଅମିତ ଶାହାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ସେ ସୁସ୍ଥ ହୋଇ ଯାଇଛନ୍ତି। ଏହି ଖବର ମିଳିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଥିଲା। ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା କି ଶାହାଙ୍କର ଦ୍ୱିତୀୟ ଥର ଟେଷ୍ଟ କରାଯାଇ ନାହିଁ। ସ୍ବରାଷ୍ଟ୍ରମନ୍ତ୍ରଣାଳୟର ଏହି ସ୍ପଷ୍ଟିକରଣ ପରେ ଭାଜପା ନେତା ମନୋଜ ତିଓ୍ବାରୀ ଦିନ ପ୍ରାୟ ୧୨ଟାରେ କରିଥିବା ଟୁଇଟ୍‌କୁ ଡିଲିଟ୍‌ କରିଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଅଗଷ୍ଟ ୨ ତାରିଖରେ ଶାହା କରୋନାରେ ସଂକ୍ରମିତ ହୋଇଥିବା ଖବର ନିଜେ ଟୁଇଟ୍‌ କରି ଜଣାଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share