Categories: ଜାତୀୟ

ଭାଜପା ଏମ୍‌ପି ଖେଳୁଛନ୍ତି ବାସ୍କେଟ୍‌ବଲ୍‌, ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ଭୋପାଳ,୩।୭: ଏବେ ଜଣେ ଭାଜପା ଏମ୍‌ପିଙ୍କର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ପ୍ରଗ୍ୟା ଠାକୁର। ପ୍ରଗ୍ୟା ଭୋପାଳରେ ବାସ୍କେଟ୍‌ବଲ୍‌ ଖେଳୁଥିବାର ୨୦ ସେକେଣ୍ଡର ଭିଡ଼ିଓ ଅନୁରାଗ ଦ୍ୱାରୀ ନାମକ ଜଣେ ୟୁଜରଙ୍କ ଟୁଇଟର ହ୍ୟାଣ୍ଡେଳରେ ଅପଲୋଡ୍‌ କରାଯାଇଛି। ଭିଡ଼ିଓରେ ପ୍ରଗ୍ୟା ମନଖୁସିରେ କିଛି ଛୋଟ ପିଲାଙ୍କ ସହିତ ଖେଳୁଥିବାର ଦେଖିବାକୁ ମିଳୁଛି। ବଲ୍‌କୁ ନେଇ ସେ ନେଟ୍‌କୁ ଫିଙ୍ଗୁଥିବାର ଦେଖାଯାଉଛି। ପ୍ରଗ୍ୟାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ମାର୍ଚ୍ଚରେ ସେ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଦିଲ୍ଲୀରୁ ମୁମ୍ବାଇ ଏୟାର ଲିଫ୍ଟ କରାଯାଇଥିଲା।

Share