ପ୍ରତିଦିନ ଗୋମୁତ୍ର ପିଇଲେ ହେବନି କରୋନା: ସାଧ୍ୱୀ ପ୍ରଜ୍ଞା

ଭୋପାଳ,୧୭।୫: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶ ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବେ କରୋନାକୁ ନେଇ ଏକ ବୟାନ ଦେଇଛନ୍ତି। ପ୍ରତିଦିନ ଗୋମୁତ୍ର ପିଇଲେ ଫୁସ୍‌ଫୁସ୍‌ରୁ ସଂକ୍ରମଣ ଦୂର ହୋଇଥାଏ ବୋଲି ସାଧ୍ୱୀ ପ୍ରଜ୍ଞା ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନାଯୋଗ୍ୟ, ଭୋପାଳରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପ୍ରଜ୍ଞା ଯୋଗଦେଇ କହିଛନ୍ତି, ପ୍ରତିଦିନ ଗୋମୁତ୍ର ପିଇଲେ ଫୁସ୍‌ଫୁସ୍‌ରୁ ସଂକ୍ରମଣ ଦୂର ହୋଇଥାଏ। ଏଥିସହ ସେ କହିଛନ୍ତି, ପ୍ରତିଦିନ ମୁଁ ଗୋମୁତ୍ର ପିଇଥାଏ, ତେଣୁ ମୋତେ ଏପର୍ଯ୍ୟନ୍ତ ମୋତେ କରୋନା ହୋଇନାହିଁ କି ଏଥିପାଇଁ କୌଣସି ଔଷଧ ମଧ୍ୟ ସେବନ କରିବାକୁ ପଡ଼ିନାହିଁ। ଯେଉଁଠି ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି ସେଠାରେ ସାଧ୍ୱୀଙ୍କ ଏଭଳି ମନ୍ତବ୍ୟ ଲୋକଙ୍କୁ ଦ୍ୱନ୍ଧରେ ପକାଇଦେଇଛି। ଅନ୍ୟପଟେ କରୋନା କାଳରେ ଗୋମୁତ୍ର ନ ପିଇବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି।

Share