Categories: ଜାତୀୟ

ଭାଜପା ଏମପି ରାମଶଙ୍କର ସଦସ୍ୟ ପଦ ଯିବା ଆଶଙ୍କା, ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ……

ନୂଆଦିଲ୍ଲୀ,୭।୮ : ଉତ୍ତରପ୍ରଦେଶର ଇଟାୱାର ଭାଜପା ଲୋକସଭା ଏମପି ରାମଶଙ୍କର କାଠେରିଆଙ୍କୁ ଆଗ୍ରା ସ୍ପେଶାଲ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହି ଆଦେଶର ନକଲ ଏପର୍ଯ୍ୟନ୍ତ ଲୋକସଭା ସଚିବାଳୟ ଗ୍ରହଣ କରି ନାହିଁ। କୋର୍ଟଙ୍କ ଆଦେଶର ନକଲ ମଧ୍ୟାହ୍ନ ପରେ ଲୋକସଭା ସଚିବାଳୟରେ ଗ୍ରହଣ କରାଯିବ। କୋର୍ଟ ଆଦେଶର ନକଲ ପାଇବା ମାତ୍ରେ ରାମଶଙ୍କରଙ୍କ ସଦସ୍ୟତା ରଦ୍ଦ କରିବାକୁ ଲୋକସଭା ସଚିବାଳୟ ଏକ ବିଜ୍ଞପ୍ତି ଜାରି କରିପାରନ୍ତି।

୨୦୧୧ ମସିହାରେ ଏକ ପାୱାର କମ୍ପାନୀର ଜଣେ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟଙ୍କ ପକ୍ଷରୁ ଦଣ୍ଡାଦେଶ କରାଯାଇଛି। ସେତେବେଳେ ମାୟାବତୀଙ୍କ ନେତୃତ୍ୱରେ ରାଜ୍ୟରେ ବହୁଜନ ସମାଜ ପାର୍ଟି ସରକାର ଥିଲା।

ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ଅନୁଯାୟୀ ତୁରନ୍ତ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରେ। ନିକଟରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ମଧ୍ୟ ଦୁଇ ବର୍ଷ ଦଣ୍ଡିତ ହେବା ପରେ ରଦ୍ଦ ହୋଇଥିଲା।

Share