ସତ ହେବ ସ୍ୱପ୍ନ: ରବି କିଶନ

ନୂଆଦିଲ୍ଲୀ,୨୩ ।୧୧: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ସମ୍ମିଳନୀରେ ଯୋଗଦେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ରବି କିଶନ କହିଛନ୍ତି ଉତ୍ତର ପ୍ରଦେଶରେ ଏବେ ବହୁ ଭାଷାରେ ଚଳଚ୍ଚିତ୍ର ଶୁଟିଂ ଚାଲିଛି । ଭୋଜପୁରୀ ଭାଷାରେ କିଛି ଚଳଚ୍ଚିତ୍ର ବି ଶୁଟିଂ ହେଉଛି । ତେଣୁ ଅଗାମୀ ଦିନରେ ଗୋରଖପୁରରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଯୋଜନା ରହିଛି । ଏହାପରେ ସେ ଜେୱରରେ ହେଉଥିବା ଫିଲ୍ମସିଟି ସମ୍ପର୍କରେ କଥା ହୋଇଥିଲେ । ସେ କହିଥିଲେ ଉତ୍ତର ପ୍ରଦେଶର ଏହି ଫିଲ୍ମ ସିଟି ଏସିଆର ସବୁଠାରୁ ବଡ ଫିଲ୍ମ ସିଟି ହେବ । ଏହାର କାମ ଆରମ୍ଭ ହୋଇସାରିଛି ଓ ୨୦୨୩ରେ ସେଠାରେ ଫିଲ୍ମ ଶୁଟିଂ କରାଯାଇ ପାରିବ । ଏହି ଫିଲ୍ମ ସିଟିରେ ହାଇଦ୍ରାବାଦ ଭଳି ଭିତରେ ଫିଲ୍ମ ନିର୍ମାଣଠାରୁ ପ୍ରଡକଶନ ପର୍ଯ୍ୟନ୍ତ ସବୁ କାମ କରାଯାଇପାରିବ । ତା’ରି ଭିତରେ ରିଜର୍ଟ, ମନ୍ଦିର, ମସଜିଦ ସବୁକିଛି ଗୋଟିଏ ସ୍ଥାନରେ ମିଳିବ । ବହୁଦିନର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଥିବା ରବି କିଶନ କହିଛନ୍ତି ।

Share