Categories: ଜାତୀୟ

କୃଷକ ଆନ୍ଦୋଳନକୁ ନେଇ ଭାଜପା ନେତାଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୧୨ ।୧: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ପ୍ରାୟ ୪୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି କରି ସୋମବାର କୋର୍ଟ କେନ୍ଦ୍ର ସରକାରଙ୍କୁ କୃଷି ଆଇନ ସ୍ଥଗିତ ରଖିବାକୁ କହିଥିଲେ । ଏହାର ଶୁଣାଣି ମଙ୍ଗଳବାର ହେବାକୁ ଥିବା ବେଳେ ଏହି କୃଷକ ଆନ୍ଦୋଳନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ  ଏମ୍‌ପି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଏହା ପୂର୍ବରୁ ମଧ୍ୟ ଭାଜପାର ଜଣେ ନେତା କୃଷକ ଆନ୍ଦୋଳନକୁ ନେଇ ଏକ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ । ଏଥର କର୍ନାଟକ କୋଲାରର ଏମ୍‌ପି ଏସ୍ ମୁନିସ୍ୱାମୀ କୃଷକ ଆନ୍ଦୋଳନକୁ ନେଇ କହିଛନ୍ତି, ଦିଲ୍ଲୀ ସୀମାରେ ଯେଉଁ କୃଷକମାନେ ଆନ୍ଦୋଳନରେ ବସିଛନ୍ତି ସେମାନଙ୍କୁ ଟଙ୍କା ଦିଆଯାଇ ଆନ୍ଦୋଳନରେ ବସାଯାଇଛି । ଏମାନେ ପିଜା, ବର୍ଗର ଓ ଚିକେନ ଖାଉଛନ୍ତି ତେଣୁ ଅସଲରେ ଏମାନେ କୃଷକ ନୁହେଁ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଜଣେ ଭାଜପା ନେତା କହିଥିଲେ ଆନ୍ଦୋଳନ ସ୍ଥଳରେ କୃଷକମାନେ ଚିକେନ ଖାଇ ଜାଣିଶୁଣି ବାର୍ଡଫ୍ଲୁ ବଢାଉଛନ୍ତି ।

Share