Categories: ଜାତୀୟ

ମାୟାବତୀ ବଞ୍ଚିଛନ୍ତି କେବଳ ଭାଜପା ପାଇଁ: ସାକ୍ଷି ମହାରାଜ

ନୂଆଦିଲ୍ଲୀ,୩୦ ।୪: ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ରଖିଥିବା ପ୍ରକାଶ କରିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ଏହାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ତାଙ୍କ ବୟାନ ରଖିଥିଲେ । ଏବେ ମାୟାବତୀଙ୍କ ଏହି ଇଚ୍ଛାକୁ ନେଇ ଭାରତୀୟ ଜନତା ପାର୍ଟି(ଏମପି) ସାକ୍ଷି ମହାରାଜ ତାଙ୍କ ମତ ରଖିଛନ୍ତି । ସେ କହିଛନ୍ତି ମାୟାବତୀ ଯଦି ଆଜି ବଞ୍ଚିଛନ୍ତି ତେବେ କେବଳ ଭାଜପା ପାଇଁ । ନଚେତ ସମାଜବାଦୀ ପାର୍ଟି କେବେଠାରୁ ତାଙ୍କୁ ମାରି ସାରନ୍ତାଣି ।

Share