ଝାଡୁ ଧରି ବଡ଼ଦାଣ୍ଡ ସଫା କଲେ ଭାଜପା ଏମ୍‌ପି: କହିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ…

ପୁରୀ,୬।୭: ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନି ରଥ ପ୍ରସ୍ତୁତ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶନିବାର ବଡଦାଣ୍ଡରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ସାମିଲ ହୋଇଛନ୍ତି। ପୁରୀ ଏମ୍‌ପି ସମ୍ବିତ ପାତ୍ର ମଧ୍ୟ ଭାଜପାର ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି। ସଫେଇ କରିବା ପରେ ସମ୍ବିତ କହିଛନ୍ତି, ଯେଉଁଠି ସ୍ବଚ୍ଚତା ଅଛି, ସେଇଠି ଭଗବାନଙ୍କ ନିବାସ। ସ୍ବାଭାବିକ ଭାବରେ ମହାତ୍ମା ଗାନ୍ଧୀଙ୍କ ଏହି ସ୍ବଚ୍ଛତାର ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ ବଢାଇଛନ୍ତି। କାଲି ରଥଯାତ୍ରା, ଆଜି ବି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ। ଆଜି ଭଳି ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ଏଭଳି ସ୍ବଚ୍ଛତା କାର୍ଯ୍ୟକ୍ରମ ଆଗକୁ ନେଇଛନ୍ତି, ଯାହା ସ୍ବାଗତ ଯୋଗ୍ୟ। ଆଗକୁ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରି ପୁରୀକୁ ସ୍ବଚ୍ଛ ରଖିବା ଆମ ଦାୟିତ୍ୱ ବୋଲି ସେ କହିଛନ୍ତି।
ସେହିପରି ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡ଼ୁ ମାରି ସଫେଇ କରିଛନ୍ତି। ରଥଯାତ୍ରା ପାଇଁ ଶରଧାବାଲିରେ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷାଧିକ ଲୋକ ଆସିବେ। ଶ୍ରଦ୍ଧାଳୁ ନିଜେ ସଚେତନ ସହ ପ୍ରଶାସନ ସହ ମିଶି ସ୍ବଚ୍ଛତା ରଖିବେ ମୂଳ ଲକ୍ଷ୍ୟ। ରଥଯାତ୍ରାରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇ ମାଉସୀ ଘର ଆସିବେ। ରଥଯାତ୍ରା ପୂର୍ବରୁ ସଫେଇ କରିବା। ପବିତ୍ରତା ଆଣିବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବ୍ୟାପକ ସଚେତନ ପାଇଁ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

ଫେରୁଛି ମୌସୁମୀ: ପାର୍ବଣରେ ପାଗ ଶୁଖିଲା

ଭୁବନେଶ୍ୱର,୫ା୧୦(ଅନୁରାଧା ମହାରଣା):ଉତ୍ତର ବଙ୍ଗୋପସାଗର ଏବଂ ବାଲାଂଦେଶ ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ...

ଖୁସି ଖବର:ଆଜି ନିଯୁକ୍ତି ପାଇବେ ୧୬ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୫ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୧୬ହଜାର ୯ଜଣ କନିଷ୍ଠ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୋରାପୁଟରେ ଡେଙ୍ଗୁ ଆତଙ୍କ : ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମହିଳା ମୃତ

ନାରାୟଣପାଟଣା,୨୩ା୮(ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଖେଳାଇଛି। ଗତ କିଛିଦିନ ମଧ୍ୟରେ ବ୍ଲକ୍‌ରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri