Categories: ଜାତୀୟ

ଭାଜପା ଏମ୍‌ପି କୃଷକଙ୍କୁ କଲେ ସମର୍ଥନ…

ଲକ୍ଷ୍ନୌ,୫।୯: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ଜିଆଇସି ଗ୍ରାଉଣ୍ଡରେ କୃଷି ଆଇନ ବିରୋଧରେ କିଷାନ ମହାପଞ୍ଚାୟତ ସଭା ଆରମ୍ଭ ହୋଇଛି। ଏପରିସ୍ଥଳେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ବରୁଣ ଗାନ୍ଧୀଙ୍କ କୃଷକଙ୍କୁ ସମର୍ଥନ କରିଛନ୍ତି। କେନ୍ଦ୍ର ସରକାର ଏବଂ ଭାଜପା କୃଷି ଆଇନ ପ୍ରତ୍ୟାବର୍ତ୍ତନ ନେଇ ଅମଙ୍ଗ ହେଉଛନ୍ତି। କିନ୍ତୁ ବରୁଣ ରବିବାର କୃଷକଙ୍କ ସପକ୍ଷରେ ସ୍ବର ଉତ୍ତୋଳନ କରିଛନ୍ତିି। କୃଷକଙ୍କ ଯନ୍ତ୍ରଣା ବୁଝିବାକୁ ବରୁଣ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ କୃଷକ ହେଉଛନ୍ତି ଆମ ମାନଙ୍କର ରକ୍ତ ଏବଂ ଆମକୁ ସେମାନଙ୍କ ଯନ୍ତ୍ରଣା ବୁଝିବାକୁ ପଡ଼ିବ।

ପିଲିଭିଟର ଭାଜପା ଏମ୍‌ପି ବରୁଣ ନିଜ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଟୁଇଟ କରି କହିଛନ୍ତି ଯେ ମୁଜାଫରନଗରରେ କୃଷି ଆଇନ ବିରୋଧରେ ବିକ୍ଷୋଭ ପାଇଁ ଲକ୍ଷାଧିକ କୃଷକ ଏକାଠି ହୋଇଛନ୍ତି। ଆମକୁ ପୁନର୍ବାର ସେମାନଙ୍କ ସହିତ ସମ୍ମାନର ସହିତ ମିଶିବାର ଆବଶ୍ୟକତା ରହିଛି। ସେମାନଙ୍କର ଯନ୍ତ୍ରଣାକୁ ବୁଝି, ଦୃଷ୍ଟିକୋଣକୁ ଜାଣିବା ପାଇଁ ତୃଣମୂଳସ୍ତରକୁ ଯିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହା ସହିତ ବରୁଣ ଏକ ଭିଡିଓ ମଧ୍ୟ ଅପଲୋଡ୍‌ କରିଛନ୍ତି। ବରୁଣ ଗାନ୍ଧୀଙ୍କ ଏହି ଟୁଇଟକୁ ଭାଜପା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ ରିଟୁଇଟ୍‌ କରିଛନ୍ତି।

ବରୁଣଙ୍କ ଏହି ବିବୃତ୍ତି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଭାଜପା କୃଷି ଆଇନକୁ ସମର୍ଥନ କରୁଛି। ମାତ୍ର କୃଷକ ସଂଗଠନ ଏହାକୁ ବିରୋଧ କରୁଛନ୍ତି ଏବଂ ଏହାକୁ କଳା ଆଇନ ବୋଲି କହି ଏହାର ପ୍ରତ୍ୟାବର୍ତ୍ତନ ଦାବ କରୁଛନ୍ତି। ବରୁଣ ଗାନ୍ଧୀଙ୍କ ଟୁଇଟରୁ ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କ ସମର୍ଥନ କେବଳ ଚାଷୀଙ୍କ ସ୍ବାର୍ଥ ସହିତ ରହିଛି।

Share