Categories: ଜାତୀୟ

ରାମଦାସ ଅଠାଓ୍ବଲେ କହିଲେ, କେବେବି ଏନଡିଏକୁ ଆସି ପାରନ୍ତି ନୀତୀଶ କୁମାର, ଜବାବ ରଖିଲା ଭାଜପା

ନୂଆଦିଲ୍ଲୀ,୩୦।୭: କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ ନୀତୀଶ କୁମାରଙ୍କ ଏନଡିଏକୁ ଫେରିବା ବୟାନ ପରେ ଆରମ୍ଭ ହୋଇଛି ରାଜନୀତି। ଏବେ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ସୁଶୀଲ ମୋଦି। ସେ କହିଛନ୍ତି ଯଦି ସେ(ନୀତୀଶ କୁମାର) ଆସିବାକୁ ବି ଚାହଁାନ୍ତି ଭାଜପା ଏଥିପାଇଁ ପ୍ରସ୍ତୁତ ନାହିଁ। ରାମଦାସ ଅଠାଓ୍ବଲେ ନା ଭାଜପାର ପ୍ରବକ୍ତା ନା ଏନଡିଏର ପ୍ରବକ୍ତା। ସେ କେବଳ ଜଣେ ଦଳୀୟ ନେତା ଓ କେନ୍ଦ୍ର ମନ୍ତ୍ରୀ ତେଣୁ ଏହା ତାଙ୍କର ନିଜସ୍ବ ରାୟ ବା ମତ ହୋଇପାରେ।

ସୁଶୀଲ ମୋଦି କହିଛନ୍ତି, ଭାଜପା ତା’ର ସମସ୍ତ ଦ୍ୱାର ବନ୍ଦ କରି ଦେଇଛି। ସେ ଭାଜପା ପାଇଁ ଏକ ବୋଝ ହୋଇଯାଇଛନ୍ତି। ମୋତେ ସନ୍ଦେହ ହେଉଛି କି ଆରଜେଡି ହୁଏତ ତାଙ୍କୁ ବେଶୀଦିନ ପର୍ଯ୍ୟନ୍ତ ସହ୍ୟ ନ କରିପାରେ। ତାଙ୍କର ଭୋଟ ଟ୍ରନ୍ସଫର କରିବାର କ୍ଷମତା ଶେଷ ହୋଇଛି। ଗତ ବିଧାନସଭା ନିର୍ବାଚନରେ ଯାହା ଦେଖାଯାଇଛି ଯଦି ନରେନ୍ଦ୍ର ମୋଦି ଆସି ନ ଥାଆନ୍ତେ ତେବେ ସେ (ନୀତୀଶ କୁମାର) ୪୪ ଆସନରେ ବିଜୟୀ ହୋଇ ପାରି ନ ଥାଆନ୍ତେ। ରାଜନୀତିରେ ଆପଣ ମହତ୍ୱପୂର୍ଣ୍ଣ ଯଦି ଆପଣଙ୍କ ନିକଟରେ ଭୋଟର ଶକ୍ତି ଅଛି ନଚେତ ଆପଣଙ୍କର କୌଣସି ମହତ୍ୱ ନାହିଁ ବୋଲି ସୁଶୀଲ ମୋଦି କହଇଛନ୍ତି।

Share