Categories: ଜାତୀୟ

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ସେ ସତ୍ୟପାଠରେ ନିଜର ସମ୍ପତ୍ତି ପରିମାଣ ୧୩.୪୬ ଲକ୍ଷ ଟଙ୍କା ବୋଲି ଘୋଷଣା କରିଥିଲେ। ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୨୯୮୬ ପ୍ରତିଶତ ବୃଦ୍ଧି ପାଇଛି। ଭାଜପା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଥିବା ତେଜସ୍ବୀଙ୍କ ଆୟର ମୁଖ୍ୟ ଉତ୍ସ ଶେୟାର ବଜାର ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ। ସେ ଶେୟାର ବଜାରରେ ୧.୭୯ କୋଟି ଟଙ୍କା ନିବେଶ କରିଥିବାବେଳେ ମ୍ୟୁଚୁଆଲ ଫଣ୍ଡରେ ୧.୯୯ କୋଟି ରଖିଛନ୍ତି। ୨୦୨୯ ନିର୍ବାଚନରେ କର୍ନାଟକରେ କଂଗ୍ରେସ ଏବଂ ଜେଡିଏସ୍‌ ମଧ୍ୟରେ ମେଣ୍ଟ ସତ୍ତ୍ୱେ ଭାଜପା ୨୮ରୁ ୨୫ ଆସନ ଜିତିଥିଲା। ଏଥର ଭାଜପା ସହ ଜେଡିଏସ୍‌ ମେଣ୍ଟ କରିଛି।

Share