Categories: ଜାତୀୟ

ଏରୋ ଇଣ୍ଡିଆ ଶୋ’: ତେଜସ୍‌ରେ ଉଡିଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୪ ।୨: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ତେଜସ୍ୱୀ ସୂର୍ଯ୍ୟା ଗୁରୁବାର କର୍ନାଟକର ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ ଶୋ’ରେ ଲାଇଟ୍ କାମ୍ବ୍ୟାକ୍ଟ ଏୟାରକ୍ରାପ୍ଟ(ଏଲ୍‌ସିଏ) ତେଜସ ବିମାନରେ ଉଡିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୁଧବାର କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ୧୩ତମ ଏରୋ ଇଣ୍ଡିଆସଂସ୍କରଣର ଉଦ୍‌ଘାଟନ କରିଥିଲେ । ଶୋ’ର ଦ୍ୱିତୀୟ ଦିନ ବି ଭାରତୀୟ ବାୟୁସେନା ଆକାଶରେ ନିଜର ପରାକ୍ରମ ଦେଖାଇଥିଲେ । ଏହି ସମୟରେ ଭାଜପାର ଯୁବ ଏମ୍‌ପି ତେଜସ୍ୱୀ ସୂର୍ଯ୍ୟା ବାୟସେନା ପାଇଲଟଙ୍କ ଯୁନିଫର୍ମ ପିନ୍ଧିଥିବା ଦେଖାଯାଇଥିଲା । ସେ ଭାରତରେ ନିର୍ମାଣ କରାଯାଇଥିବା ହାଲକା ବିମାନ ତେଜସରେ ଉଡିଥିଲେ । ପାଇଲଟଙ୍କ ପଛ ସିଟ୍‌ରେ ବସି ଉଡିବା ସମୟରେ ତେଜସ୍ୱୀ ଖୁବ୍ ଖୁସିଥିବା ଦେଖାଯାଇଥିଲା । ସୂଚନାଯୋଗ୍ୟ, ତେଜସ୍ୱୀ ବେଙ୍ଗାଲୁରୁରେ ଭାଜପା ଏମ୍‌ପି । ତେଣୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏହି ଶୋ’ର ଆୟୋଜନ କରାଯାଇଥିବା ବେଳେ ସେ ସେଠାରେ ଉପସ୍ଥିତ ଥିଲେ ।

Share