ବେଙ୍ଗାଲୁରୁ,୭।୯: ପ୍ରବଳ ବର୍ଷା ଯୋଗୁ ଦେଶର ସିଲିକନ ସିଟି ବେଙ୍ଗାଲୁରୁର ଅବସ୍ଥା ବେହାଲ ହୋଇପଡିଛି। ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଅନେକ କ୍ୟାମ୍ପସ, ରାସ୍ତା ଇତ୍ୟାଦି ପାଣିରେ ଉବୁଟୁବୁ ହେଉଛି। ଏସବୁ ମଧ୍ୟରେ ବେଙ୍ଗାଲୁରୁ ଦକ୍ଷିଣ ଲୋକ ସଭା ଆସନର ଏମ୍ପି ତେଜସ୍ବୀ ସୂର୍ଯ୍ୟାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛ। ଭିଡିଓରେ ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଦୋସା ଖାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପାଇଁ ସୋସିଆଲ ମିଡିଆ ୟୁଜର୍ସ ଏବଂ କଂଗ୍ରେସ ସୂର୍ଯ୍ୟାଙ୍କୁ ସମାଲୋଚନା କରିଛନ୍ତି।
ଏହି ଭିଡିଓ ସମ୍ପର୍କରେ କଂଗ୍ରେସ ସୂର୍ଯ୍ୟାଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛି। କଂଗ୍ରେସର ଜାତୀୟ ସୋସିଆଲ ମିଡିଆ ସଂଯୋଜକ ଲାବନ୍ୟା ବଲାଲ ତାଙ୍କୁ ଟାର୍ଗେଟ କରି କହିଛନ୍ତି,ଏହି ଭିଡିଓ ସେପ୍ଟେମ୍ବର ୫ର କୁହାଯାଉଛି। ବେଙ୍ଗାଲୁରୁ ବୁଡ଼ି ଯାଉଥିବା ବେଳେ ତେଜସ୍ବୀ ସୂର୍ଯ୍ୟା ଦୋସା ଖାଉଛନ୍ତି। ସେ ଗୋଟିଏ ବନ୍ୟା ପ୍ରବଣ ଅଞ୍ଚଳ ପରିଦର୍ଶନ କରିଛନ୍ତି କି ବୋଲି ଲାବନ୍ୟା ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ତେଜସ୍ବୀ ସୂର୍ଯ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୪୦ ସେକେଣ୍ଡର ଭିଡିଓରେ ଭାଜପା ଯୁବା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ବୀ ପଦ୍ମନାଭନଗରର ଏକ ଭୋଜନାଳୟରେ ବଟର ମସାଲା ଦୋସା ଏବଂ ଉପମା ଖାଉଥିବା ଏବଂ ଏହାର ସ୍ବାଦକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛନ୍ତି। କେବଳ ଏତିକି ନୁହେଁ, ଏହି ଭିଡିଓରେ ସେ ଲୋକମାନଙ୍କୁ ଏଠାକୁ ଆସି ଦୋସାକୁ ଖାଇବାକୁ ଅନୁରୋଧ କରିଥିଲେ। ଏହି ଭିଡିଓଟି କେବେ କେବେ ଶୁଟ୍ କରାଯାଇଥିଲା ସେ ବିଷୟରେ କୌଣସି ସୂଚନା ନାହିଁ।
Meanwhile Bengaluru MP @Tejasvi_Surya https://t.co/dVPkpRcM0U pic.twitter.com/SH2ORKn0LT
— Ramya/Divya Spandana (@divyaspandana) September 6, 2022
Namma Bengaluru 🥴 pic.twitter.com/ziuI3FkGb0
— Ramya/Divya Spandana (@divyaspandana) September 6, 2022