ଅନ୍ୟ ସାଂସଦଙ୍କୁ ନିବେଦନ କଲେ ବରୁଣ ଗାନ୍ଧୀ, ଟ୍ରେନ୍‌ ଦୁର୍ଘଟଣା ଆହତଙ୍କୁ ନିଜର ଗୋଟିଏ ମାସର ଦରମା ଦିଅନ୍ତୁ

ନୂଆଦିଲ୍ଲୀ,୩।୬:ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ନେଇ ଜାତୀୟ ଅନ୍ତର୍ଜାତୀୟସ୍ତରରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ସମବେଦନା ଜଣାଉଛନ୍ତି। ଏଥିସହ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପ୍ରଧାନମନ୍ତ୍ରୀ ଏଥିପାଇଁ ମୃତକ ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ତେବେ ଭାଜପା ସାଂସଦ ବରୁଣ ଗାନ୍ଧୀ ଟ୍ବିଟ୍‌ କରି ଶୋକବ୍ୟକ୍ତ କରିବା ସହ ମୃତକ ଓ ଆହତଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଆମେ ଆପଣଙ୍କ ବିପଦରେ ଛିଡା ହୋଇଛୁ। ମୁଁ ସବୁ ସାଂସଦ ବନ୍ଧୁଙ୍କୁ ନିବେଦନ କରୁଛି କି, ସେମାନେ ତାଙ୍କର ଗୋଟିଏ ମାସର ଦରମା ଦୁର୍ଘଟଣା କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଦାନ କରନ୍ତୁ। ପ୍ରଥମେ ତାଙ୍କୁ ସାହାରା ମିଳିବା ଆବଶ୍ୟକ, ପଛରେ ନ୍ୟାୟ ମିଳିବ।

Share