Categories: ଜାତୀୟ

ଓୱାଇସିଙ୍କୁ କାହିଁକି ଧନ୍ୟବାଦ ଦେଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ,୧୪ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ବରୁଣ ଗାନ୍ଧ ବେକାରୀ ଓ ଯୁବବର୍ଗଙ୍କ ବିଭିନ୍ନ ସମସ୍ୟାକୁ ନେଇ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କୁ ଧନ୍ୟବାଦ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ନିକଟରେ ଓୱାଇସି ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ସରକାରୀ ପଦରେ ଖାଲିଥିବା ପଦବୀ ସଂଖ୍ୟା ଉଲ୍ଲେଖ କରିଥିଲେ । ଯାହା ପୂର୍ବରୁ ବରୁଣ ଗାନ୍ଧୀ କହି ଆସୁଥିଲେ । ଏବେ ଓୱାଇସିଙ୍କ ଏହି ଭିଡିଓକୁ ଶେୟାର କରି ବରୁଣ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସୂଚନାଯୋଗ୍ୟ, ଉକ୍ତ ସଭାରେ ଓୱାଇସି ଦେଶରେ ରେକର୍ଡ ସଂଖ୍ୟକ ବେକାରୀ ସମସ୍ୟା ଦେଖାଦେଇଥିବା କହିଛନ୍ତି । ଏହାସହ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୬୦ ଲକ୍ଷ ପଦବୀ ଖାଲି ପଡିଥିବା ବି ସେ ଦର୍ଶାଇଛନ୍ତି । ଯାହାକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଏହା ମୋର ମତ ନୁହେଁ ବରଂ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ଯାହା କହିଛନ୍ତି ତାହା ମୁଁ ଉପସ୍ଥାପନ କରିଛି । ଯେଉଁଥିପାଇଁ ବରୁଣ ଗାନ୍ଧୀ ଓୱାଇସିଙ୍କୁ ଧନ୍ୟବାଦ ଦେଇଛନ୍ତି ।

Share