ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍‌

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଶନିବାର ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ଏହାକୁ ୧୫ ଦିନ ବନ୍ଦ କରିବାକୁ ବିଏମ୍‌ସି ନୋଟିସ ଦେଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ୮ ତାରିଖ ନିଜ ଜନ୍ମଦିନ ପାଳନ ଅବସରରେ ଏମ୍‌ପି କିମ୍ବା ଅନ୍ୟ ମହିଳାମାନେ ମାକ୍ସ ପିନ୍ଧି ନ ଥିଲେ , ସାମାଜିକ ଦୂରତା ରକ୍ଷା କରି ନଥିଲେ। ଏ ନେଇ ତାଙ୍କ ନାମରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗ ହୋଇଥିଲା।

Share