Categories: ଜାତୀୟ

ଟିଏମ୍‌ସିରେ ପତ୍ନୀ ଯୋଗ ଦେବାରୁ ଛାଡ଼ପତ୍ର ପଠାଇଲେ ସ୍ବାମୀ

କୋଲକାତା,୨୧।୧୨: ଭାଜପା ଏମ୍‌ପି ସୌମିତ୍ର ଖାନଙ୍କ ପତ୍ନୀ ସୁଜାତା ମଣ୍ଡଳ ଖାନ ସୋମବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ଏହାର ପ୍ରଭାବ କେବଳ ରାଜ୍ୟର ରାଜନୀତିରେ ନୁହେଁ ବରଂ ସୁଜାତାଙ୍କ ପାରିବାରିକ ସମ୍ପର୍କରେ ଉପରେ ମଧ୍ୟ ପଡ଼ିଛି। ସୁଜାତାଙ୍କ ନିଷ୍ପତ୍ତିରେ ଉତକ୍ଷିପ୍ତ ହୋଇ ତାଙ୍କ ସ୍ବାମୀ ତଥା ଏମ୍‌ପି ସୌମିତ୍ର ପଠାଇଛନ୍ତି ଛାଡ଼ପତ୍ର ନୋଟିସ। ଆଉ ତାଙ୍କ ଟାଇଟେଲ ବ୍ୟବହାର ନ କରିବାକୁ କହିଛନ୍ତି।

ଉଲ୍ଲେଖଥାଉ କି, ଭାଜପା ଛାଡ଼ି ଟିଏମ୍‌ସିରେ ଯୋଗ ଦେବା ଅବସରରେ ସୁଜତା କହିଥିଲେ, ଭାଜପାରେ ଅଯୋଗ୍ୟ ଓ ଦୁର୍ନୀତି ଖୋର ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶ୍ୱସ୍ତ କର୍ମକର୍ତ୍ତାଙ୍କ ପ୍ରତି ଧ୍ୟାନ ଦେଉ ନାହିଁ ଜେ.ପି. ନଡ୍ଡାଙ୍କ ନେତୃତ୍ୱାଧୀନ ଭାଜପା। ସ୍ବାମୀଙ୍କୁ ୨୦୧୯ ଲୋକସଭା ନିର୍ବାଚନ ଜିତାଇବା ପାଇଁ ମୁଁ ବହୁତ କିଛି କରିଛି। ହେଲେ ମୋତେ ମିଳିଲା କ’ଣ? ଆମ ପ୍ରିୟ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ମୁଁ କାର୍ଯ୍ୟ କରିବାକୁ ଚାହେଁ।

Share