Categories: ଜାତୀୟ

ଭାଜପାକୁ ହଟାଇ ଦେଶକୁ ବଞ୍ଚାଇବାକୁ ପଡିବ: ଲାଲୁ

ପାଟନା,୨୫।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ବିରୋଧୀ ଦଳମାନଙ୍କୁ ଏକଜୁଟ କରିବାର ରଣନୀତି ଉପରେ ଏଠାରେ ଆଲୋଚନା ହୋଇଥିଲା।
ସୋନିଆଙ୍କୁ ଭେଟିବା ପରେ ନୀତୀଶ କୁମାର ଏବଂ ଲାଲୁ ଯାଦବ ଏକ ମିଳିତ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆମେ ସୋନିଆ ଜିଙ୍କ ସହ କଥା ହୋଇଛୁ, ଆମର ଯୋଜନା ହେଉଛି ଦେଶର ଅନେକ ଦଳକୁ ଏକାଠି କରିବା ଏବଂ ପ୍ରଗତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବା।
ଲାଲୁ କହିଛନ୍ତି, ଆମେ ଭାଜପାକୁ ବିହାରରୁ ହାଟାଇଛୁ। ବର୍ତ୍ତମାନ ଦେଶ ଛାଡିବା ତାଙ୍କର ପାଳି। ଯଦି ଦେଶକୁ ବଞ୍ଚାଇବାର ଅଛି ତେବେ ଭାଜପାକୁ ହଟାଇବାକୁ ପଡିବ। ଏଥିପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ।

Share