Categories: ଜାତୀୟ

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଜାରି: ବିଧାନସଭା ନିର୍ବାଚନକୁ ନେଇ ହେଉଛି ଆଲୋଚନା

ନୂଆଦିଲ୍ଲୀ,୭ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଛି । ରବିବାର ସକାଳେ ଏହା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟାରେ ଶେଷ ହେବ ବୋଲି ଜଣାପଡିଛି । ଏହି ବୌଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ସଦସ୍ୟଙ୍କୁ ଦଳକୁ କିପରି ଆହୁରି ମଜଭୁତ କରିହେବ ତାକୁ ନେଇ ମନ୍ତ୍ର ଦେବେ । ସୂଚନା ଅନୁଯାୟୀ, ନିକଟରେ କିଛି ରାଜ୍ୟରେ ହୋଇଥିବା ଉପ ନିର୍ବାଚନରେ ଦଳକୁ ଲାଗିଥିବା ଆଘାତକୁ ଦେଖି ୫ ରାଜ୍ୟର ଆଗାମୀ ଉପନିର୍ବାଚନକୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରାଯାଉଛି । ଏହି ବୈଠକ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭାଷଣରୁ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣରେ ଶେଷ ହେବ ବୋଲି କୁହାଯାଉଛି । ରବିବାର ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ୭ ବର୍ଷରେ କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ନେଇ ଆଲୋଚନା ଜାରି ରହିଛି । ଏହି ଉପଲବ୍ଧିକୁ ନେଇ ବୈଠକ ସ୍ଥଳରେ ଏକ ପ୍ରଦର୍ଶନୀ ଲଗାଯାଇଛି । କୋଭିଡ-ପ୍ରବନ୍ଧନ, ରେକର୍ଡ ପରିମାଣର ଟିକାକରଣ ଓ ବିଶ୍ୱ ମଞ୍ଚରେ ଭାରତର ପ୍ରତିନିଧିତ୍ୱକୁ ନେଇ ସମ୍ମାନୀତ କରିବାର ଯୋଜନା କରାଯାଉଛି । ସକାଳ ୧୦ଟାରେ ଆରମ୍ଭ ହୋଇଥିବା ଏହି ବୈଠକ ଅପରାହ୍ନ ୩ଟାରେ ମୋଦିଙ୍କ ଭାଷଣରେ ଶେଷ ହେବ ।

Share