Advertisement

ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରି ନ ହେବାରୁ କ୍ଷୋଭ ପ୍ରକାଶ କଲେ ଭାଜପା ନେତା

ଇନ୍ଦୋର,୨।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗିୟ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏକ ବିବାଦୀୟ ବୟାନ ଦେଇ ପୁଣି ଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ କହିଛନ୍ତି, କେବଳ ସେହି ଲୋକମାନେ ହିଁ ଟ୍ୟାକ୍ସ ଫ୍ରି କରିବେ ନାହିଁ ଯେଉଁମାନେ କଶ୍ମୀରର ତିକ୍ତ ସତ୍ୟକୁ ଦେଖୁଛନ୍ତି। ସୂଚନାଯୋଗ୍ୟ, ସମଗ୍ର ଦେଶରେ ବର୍ତ୍ତମାନ ଗୁଡି ପଡୱା ପର୍ବ  ପାଳନ କରାଯାଉଛି। ଇତିମଧ୍ୟରେ ଇନ୍ଦୋରର ରାଜୱାଡାଠାରେ ଗୁଡ଼ି ପଡଓ୍ବା ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଆସିଥିବା କୈଳାଶ ବିଜୟବର୍ଗିୟଙ୍କୁ ଦିଲ୍ଲୀରେ ‘ଦ କଶ୍ମୀର ଫାଇଲ୍ସ’କୁ ଟ୍ୟାକ୍ସ ଫ୍ରି ନ କରିବା ବିଷୟରେ ସାମ୍ବାଦିକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଛନ୍ତି, ଏହି ଫିଲ୍ମକୁ କେବଳ ସେହି ଲୋକମାନେ ଟିକସମୁକ୍ତ କରିବେ ନାହିଁ ଯେଉଁମାନେ କଶ୍ମୀରର ତିକ୍ତ ସତ୍ୟ ଦେଖୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share