ନୂଆଦିଲ୍ଲୀ,୨୧।୬: ଲୋକ ସଭା ନିର୍ବାଚନ ପ୍ରସ୍ତୁତି ନେଇ ଗୁରୁବାର ଝାଡଖଣ୍ଡ ଗସ୍ତ କରିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ସୂଚନାନୁଯାୟୀ, ଜୁନ ୨୨ରେ ନଡ୍ଡା ଗିରିଡିହ ଯିବେ। ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ରାଜ୍ୟ ଭାଜପାର ଶୀର୍ଷ ନେତୃତ୍ୱ ସକ୍ରିୟ ଅଛନ୍ତି ଏବଂ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। କୁହାଯାଉଛି, ଗିରିଡିହ ଏବଂ କୋଡର୍ମା ଲୋକ ସଭା ଆସନ ସହିତ ୧୦ ଟି ବିଧାନସଭା ଆସନକୁ ମଧ୍ୟ ପରିଚାଳନା କରିବେ।
ଗତ ବିଧାନସଭା ନିର୍ବାଚନରେ ଗିରିଡିହରେ ଥିବା ୬ଟି ବିଧାନସଭା ଆସନ ମଧ୍ୟରୁ ଭାଜପା କେବଳ ଗୋଟିଏ ଆସନରେ ସଫଳତା ହାସଲ କରିଛି। ଏହା ଦଳ ପାଇଁ ଚିନ୍ତାର ବିଷୟ। ଗିରିଡିହ ଭ୍ରମଣରେ ନଡ୍ଡା ଜିଲାର ୬ଟି ବିଧାନସଭା ସିଟ ସମେତ ୧୦ରୁ ୧୨ଟି ବିଧାନସଭା ଆସନକୁ ପରିଚାଳନା କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଭାଜପାରେ ଯୋଗଦେବା ପରେ ଗିରିଡିହରେ ଭାଜପା ଆସନ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି।