Categories: ଜାତୀୟ

ବିହାର ବିଧାନସଭା ନିର୍ବାଚନ: ନୀତୀଶଙ୍କୁ ଭେଟିଲେ ନଡ୍ଡା

ପାଟନା, ୧୨ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳ ଏହାକୁ ନେଇ ରାଜନୀତି ବି ହେଲାଣି ସରଗରମ । ଶନିବାର ଏନ୍‌ଡିଏ ସିଟ୍ ଶେୟାରିଂକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଶୀର୍ଷ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଛି । ନଡ୍ଡାଙ୍କ ସହ ବିହାର ପ୍ରଭାରୀ ଭୁପେନ୍ଦ୍ର ଯାଦବ, ଭାଜପାର ପ୍ରଦେଶ ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନବିଶ, ଉପ ମୁଖ୍ୟମନ୍ତୀ ସୁଶୀଲ ମୋଦି, ଭାଜପା ପ୍ରଦେଶ ଅଧ୍ୟକ୍ଷ ଡା. ସଞ୍ଜୟ ଜୟଶୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୟରେ ଜେଡିୟୁର ବରିଷ୍ଠ ନେତା ତଥା ଏମ୍‌ପି ଲଲନ ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ନୀତୀଶ କୁୂମାର ଓ ଜେପି ନଡ୍ଡା ସିଟ୍ ଶେୟାରିଂ ବ୍ୟତୀତ ପ୍ରଚାର ଓ ଏନ୍‌ଡିଏର ଆଗାମୀ ରଣନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।

Share