ନୂଆଦିଲ୍ଲୀ,୮।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିୟ ପ୍ରାୟତଃ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ ଏଥର ମହିଳାମାନଙ୍କ ପୋଷାକକୁ ନେଇ ଭାଜପା ନେତାଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଇନ୍ଦୋରର ବିମାନବନ୍ଦର ରୋଡସ୍ଥିତ ମହାବୀର ବାଗରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମହିଳାମାନଙ୍କ ପୋଷାକକୁ ନେଇ ସେମାନଙ୍କୁ ସୂର୍ପଣଖା ସହିତ ତୁଳନା କରିଛନ୍ତି। ବିଜୟଭର୍ଗିୟ କହିଛନ୍ତି ଯେ , ମହିଳାମାନେ ଖରାପ ପୋଷାକ ପିନ୍ଧି ବାହାରକୁ ଆସୁଛନ୍ତି। ଆମେ ମହିଳାମାନଙ୍କୁ ଦେବୀ ବୋଲି କହିଥାଉ, କିନ୍ତୁ ଦେବୀଙ୍କର ରୂପ ସେମାନଙ୍କ ଭିତରେ ଦୃଶ୍ୟମାନ ହୁଏ ନାହିଁ। ସେ ଆହୁରି କହିଛନ୍ତି, ଭଗବାନ ଭଲ, ସୁନ୍ଦର ଚେହେରା ଦେଇଛନ୍ତି, ଭଲ ପୋଷାକ ପିନ୍ଧ। ପିଲାମାନଙ୍କୁ ଭଲ ସଂସ୍କାର ଦିଅ।