Categories: ଜାତୀୟ

ଭାଜପା ଅଫିସ୍‌ ଜଗିବେ ଅଗ୍ନିବୀର

ନୂଆଦିଲ୍ଲୀ,୨୦।୬: ସେନାରେ ଠିକା ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ନେଇ ଦେଶବ୍ୟାପୀ ଆକ୍ରୋଶର ନିଆଁ ଜଳୁଥିବାବେଳେ ଭାଜପା ନେତା କୈଳାସ ବିଜୟଭର୍ଗୀୟ ରବିବାର ସେଥିରେ ଘିଅ ଢାଳିଛନ୍ତି। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟଭର୍ଗୀୟ କହିଛନ୍ତି, ଅଗ୍ନିବୀରମାନେ ୪ ବର୍ଷ ପରେ ଅବସର ନେଲେ ସେମାନଙ୍କୁ ଭାଜପା ଦଳୀୟ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଚାକିରି ଦିଆଯିବ।

ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମାଲୋଚନା କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ଦେଶର ଯୁବପିଢି ଓ ସେନାର ଯବାନମାନଙ୍କୁ ଏତେ ଅପମାନିତ କରନାହିଁ। ଆମ ଯୁବପିଢି ଦିନରାତି ପରିଶ୍ରମ କରି ଶାରୀରିକ ଓ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। କାରଣ ସେମାନେ ସେନାରେ ଭର୍ତ୍ତି ହୋଇ ସାରାଜୀବନ ଦେଶସେବା କରିବାକୁ ଚାହାନ୍ତି, ଭାଜପା କାର୍ଯ୍ୟାଳୟରେ ଚୌକିଦାରୀ କରିବା ପାଇଁ ନୁହେଁ। ଭାଜପା ଏମ୍‌ପି ବରୁଣ ଗାନ୍ଧୀ ମଧ୍ୟ ବିଜୟଭର୍ଗୀୟଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

Share