Categories: ଜାତୀୟ

ଭାଜପା ଶାସନାଧୀନ ରାଜ୍ୟ ସଂଖ୍ୟା ୧୨କୁ ବୃଦ୍ଧି: ୩ରେ ରହିଲା କଂଗ୍ରେସ

ନୂଆଦିଲ୍ଲୀ,୩ା୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାଜପା ବିଜୟୀ ହୋଇ ସରକାର ଗଢ଼ିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭାଜପା ଶାସନାଧୀନ ରାଜ୍ୟ ସଂଖ୍ୟା ୧୨କୁ ବୃଦ୍ଧି ପାଇବ।

ଅନ୍ୟପକ୍ଷେ ଦ୍ୱିତୀୟ ସର୍ବବୃହତ୍‌ ଜାତୀୟ ଦଳ କଂଗ୍ରେସ ରାଜସ୍ଥାନ ଏବଂ ଛତିଶଗଡ଼ରେ ପରାଜିତ ପରେ ଦଳ ମାତ୍ର ୩ ରାଜ୍ୟରେ କ୍ଷମତାରେ ରହିବ। ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଥିବା ଆମ୍‌ ଆଦ୍‌ମୀ ପାର୍ଟି ତୃତୀୟ ଜାତୀୟ ଦଳର ପରିଚୟ ହାସଲ କରିଛି। ଭାଜପା ଏବେ ଉତ୍ତରାଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, ଗୁଜରାଟ, ଗୋଆ, ଆସାମ, ତ୍ରିପୁରା, ମଣିପୁର, ଅରୁଣାଚଳପ୍ରଦେଶରେ କ୍ଷମତାରେ ଥିବାବେଳେ ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଛି। ଏଥିସହିତ ରାଜସ୍ଥାନ ଓ ଛତିଶଗଡ଼ରେ ଦଳ ସରକାର ଗଢ଼ିବାକୁ ଯାଉଛି। ଏହା ବ୍ୟତିତ ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ ଏବଂ ସିକିମ୍‌ରେ ଭାଜପା ଅନ୍ୟ ଦଳ ସହ ମିଶି ସରକାରରେ ରହିଛି। କଂଗ୍ରେସ ଏବେ କର୍ନାଟକ ଓ ହିମାଚଳପ୍ରଦେଶରେ ଶାସନରେ ରହିଥିବା ବେଳେ ତେଲଙ୍ଗାନାରେ ବିଆର୍‌ଏସ୍‌କୁ ହରାଇ ସରକାର ଗଢ଼ିବ।

Share